ଭୁବନେଶ୍ୱରରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୭ ଲୋକାଲ୍ କେସ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନରୁ ୬୨ ଓ ଲୋକାଲ କଣ୍ଟାକ୍ଟ କେସ ୨୫୭ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ୩୫୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Update on newly detected #COVID19 cases in the last
24 hrs under the BMC area on 26th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/zecjHhK6In— BMC (@bmcbbsr) September 26, 2020
ବଡ଼ଗଡ଼ରୁ ୫, ବରମୁଣ୍ଡାରୁ ୫, ବମିଖାଲ୍ରୁ ୭, ବୁଦ୍ଧେଶ୍ୱର କଲୋନୀରୁ ୩, ଚନ୍ଦ୍ରଶେଖରପୁରରୁ ୧୨, ଚିନ୍ତାମଣୀଶ୍ୱରରୁ ୭, ଡୁମ୍ଡୁମାରୁ ୮, ନୟାପଲ୍ଲୀରୁ ୧୬, ଖଣ୍ଡଗିରିରୁ ୧୦, ଝାରପଡ଼ାରୁ ୭, ଜୟଦେବ ବିହାରରୁ ୪, ଆଇଆରସି ଭିଲେଜରୁ ୭, ଗଙ୍ଗନଗରରୁ ୩, ଲକ୍ଷ୍ମୀ ସାଗରରୁ ୮, ନୀଳାଦ୍ରି ବିହାରରୁ ୮, ଓଲ୍ଡ ଟାଉନ୍ରୁ ୬, ପଟିଆ ଶିଶୁ ବିହାରରୁ ୧୩, ପୋଖରୀପୁଟରୁ ୬, ରସୁଲଗଡ଼ରୁ ୭, ଭିଏସ୍ଏସ୍ ନଗରରୁ ୩, ୟୁନିଟ୍-୮ରୁ ୮, ୟୁନିଟ୍-୬ରୁ ୬, ୟୁନିଟ୍-୯ରୁ ୮, ସାମନ୍ତରାପୁରରୁ ୬, ସାଲିଆ ସାହିରୁ ୧୧, ସହିଦ୍ ନଗରରୁ ୮ ଜଣ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୨୦୫୩୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୮୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬୮୬୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୫୭୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।