ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଟାଉନ୍ରୁ ୫୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୪୩ ଜଣ କ୍ୱାରେଣ୍ଟାଇନ୍ରୁ ଓ ୩୦୭ ଜଣ ଲୋକାଲ୍ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ଆଜି ୨୭୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
https://twitter.com/bmcbbsr/status/1301889298124271617?s=20
ଭୁବନେଶ୍ୱର ଟାଉନ୍ରୁ ଆଜି ୩୧ ଜଣ ଗଣମାଧ୍ୟମ ପ୍ରତିନିଧି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧୮ ଜଣ ବ୍ୟାଙ୍କ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତେ କ୍ୱାରେଣ୍ଟାଇନ୍ରେ ରହିଥିଲେ।
ବିଏମ୍ସି ଅଞ୍ଚଳରୁ ଆଜି ସୁଦ୍ଧା ୧୨୪୦୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୫୨୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୮୨୨ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।