ଭୁବନେଶ୍ୱରରେ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୯୧ ଲୋକାଲ୍‌ କେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ୩୩୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୩୯ କ୍ୱାରେଣ୍ଟାଇନ୍‌ରୁ ଓ ୧୯୧ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୧୮୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area on 26th Aug 2020(till 9am). Further contact tracing is still […]

bbsr

Manoranjan Sial
  • Published: Wednesday, 26 August 2020
  • , Updated: 26 August 2020, 06:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ୩୩୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୩୯ କ୍ୱାରେଣ୍ଟାଇନ୍‌ରୁ ଓ ୧୯୧ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୧୮୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1298593541912801281?s=20

ଏକ ଘରୋଇ ହସ୍ପିଟାଲର ୮ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି ପଳାସପଲ୍ଲୀରୁ ୬, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୬, ଆଇଆର୍‌ସି ଭିଲେଜରୁ ୬, ଜୟଦେବ ବିହାରରୁ ୫, ଜିଜିପି କଲୋନିରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୮୨୬୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୯୧୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୩୦୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story