ଭୁବନେଶ୍ୱରରୁ ୩୯୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୭୯ ଲୋକାଲ୍‌ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ୩୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍‌ରୁ ୧୧୬ ଓ ଲୋକାଲ କେସ୍‌ ୨୭୯ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୬୦୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area on 13th Sep 2020(till […]

bmc

Manoranjan Sial
  • Published: Sunday, 13 September 2020
  • , Updated: 13 September 2020, 05:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ୩୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟାଇନ୍‌ରୁ ୧୧୬ ଓ ଲୋକାଲ କେସ୍‌ ୨୭୯ ଅଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୬୦୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1305104455604396032?s=20

ୟୁନିଟ-୯ ଅଞ୍ଚଳରୁ ୧୩, ନୟାପଲ୍ଲୀରୁ ୧୨, ଖଣ୍ଡଗିରି ଅଞ୍ଚଳରୁ ୧୧, ୟୁନିଟ-୬ ଅଞ୍ଚଳରୁ ୯ ଓ ନୟାପଲ୍ଲୀରୁ ୯ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖଣ୍ଡଗିରି ଅଞ୍ଚଳରୁ ୧୧, ସାମନ୍ତରାପୁର ଅଞ୍ଚଳରୁ ୯, ୟୁନିଟ-୬ରୁ ୯, ୬ ଜଣ ପୁଲିସ କର୍ମଚାରୀ, ସିଆରପିଏଫ୍‌ କ୍ୟାମ୍ପସରୁ ୬, ଶୈଳଶ୍ରୀବିହାରରୁ ୫, ଟଙ୍କପାଣି ରୋଡରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିଏମ୍‌ସି ଅଞ୍ଚଳରୁ ଆଜି ସୁଦ୍ଧା ୧୬୨୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୪୩୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୭୩୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story