ଭୁବନେଶ୍ୱରରୁ ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୧୫ ଲୋକାଲ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନରୁ ୯୦ ଓ ଲୋକାଲ କେସ୍‌ ୨୧୫ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୫୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area on 18th Sep 2020(till 9am). Further contact […]

bmc

Manoranjan Sial
  • Published: Friday, 18 September 2020
  • , Updated: 18 September 2020, 05:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟାଇନରୁ ୯୦ ଓ ଲୋକାଲ କେସ୍‌ ୨୧୫ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୫୧୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1306921248358719488?s=20

ବଡ଼ଗଡ଼ ବ୍ରିଟ୍‌ କଲୋନୀରୁ ୩, ବାପୁଜୀ ନଗରରୁ ୪, ବମିଖାଲ୍‌ରୁ ୩, ବୁଦ୍ଧେଶ୍ୱର କଲୋନୀରୁ ୩, ଚନ୍ଦକାରରୁ ୫, ଚନ୍ଦ୍ରଶେଖରପୁର ଏଚ୍‌ବି କଲୋନୀରୁ ୩, ଟଙ୍କପାଣିରୋଡ଼ରୁ ୩, ବେସରକାରୀ ହସ୍ପିଟାଲ୍‌ର ୯ କର୍ମଚାରୀ, ଜୟଦେବ ବିହାରରୁ ୩, ଜାଗମରାରୁ ୪, ଭିଏସ୍‌ଏସ୍‌ ନଗରରୁ ୪, ହଂସପାଳରୁ ୫, ଗଙ୍ଗତ୍ରି ନଗରରୁ ୩, ଗଙ୍ଗନଗରରୁ ୩, ନୟାପଲ୍ଲୀରୁ ୮, ନୀଳାଦ୍ରି ବିହାରରୁ ୩, ପଳାସପଲ୍ଲୀରୁ ୩, ଆଇଆର୍‌ସି ଭିଲେଜରୁ ୯, ୟୁନିଟ୍‌-୯ରୁ ୪, ପାତ୍ରପଡ଼ାରୁ ୫, ପଟିଆରୁ ୫ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ବିଏମ୍‌ସି ଅଞ୍ଚଳରୁ ଆଜି ସୁଦ୍ଧା ୧୭୯୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୬୩୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୪୨୧୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Related story