ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରୁ ଆଉ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୯ରୁ ୯୮ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୫୧ ଜଣ ଲୋକାଲ କଣ୍ଟାକ୍ଟ କେସ୍। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି।
https://twitter.com/bmcbbsr/status/1290614799089274880?s=20
ଶିରିପୁର କନ୍ଧସାହିରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସାଲିଆସାହିରୁ ୧୧, ନୟାପଲ୍ଲୀ ବ୍ରିଟ କଲୋନିରୁ ୭, ଡୁମୁଡୁମାରୁ ୬, ୟୁନିଟ-୬ରୁ ୪, ଖଣ୍ଡଗିରି ତପୋବନ ବସ୍ତିରୁ ୩, ବଡ଼ଗଡ଼ ବ୍ରିଟ କଲୋନିରୁ ୩, ୟୁନିଟ-୧ରୁ ୩, ଓଲ୍ଡ ଟାଉନରୁ ୪ ଲୋକାଲ କେସ୍ ଚିହ୍ନଟ। ଭୁବନେଶ୍ୱରରୁ ଆଉ ୧୪୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୩୨୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯୪୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୨୫୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।