କାନ୍ଦି କାନ୍ଦି ଚାଲିଗଲା ନବବଧୂର ଜୀବନ

ବିନିକା(ଦୀଲିପ ସାହୁ): ହାତଗଣ୍ଠି ପଡ଼ି ସାରିଥିଲା। ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ମନ୍ତ୍ର ଉଚ୍ଚାରଣ କରି ଉଭୟ ସାତ ଜନ୍ମର ସାଥୀ ବି ହୋଇ ସାରିଥିଲେ। କେବଳ ବାପ ଘରୁ ଗୋଡ଼ କାଢ଼ି ନିଜ ନୂଆ ଜୀବନରେ ପାଦ ଥାପିବାକୁ ବାହାରିଥିଲା ନବବଧୂ। ହେଲେ ନୂଆ ସଂସାରରେ ପାଦ ଦେବା ନିମନ୍ତେ ଆଖିରେ ଆଖିଏ ସ୍ୱପ୍ନ ଥିବା ବେଳେ ବାପ ଘର ଲୋକଙ୍କୁ ଛାଡ଼ି ଚାଲିଯିବାର ଦୁ‍ଃଖ ବି ଘାରୁଥିଲା। ଶେଷରେ ନିଜ ଲୋକ ପର […]

Bride

Niharika Rout
  • Published: Friday, 05 March 2021
  • , Updated: 05 March 2021, 01:01 PM IST

ବିନିକା(ଦୀଲିପ ସାହୁ): ହାତଗଣ୍ଠି ପଡ଼ି ସାରିଥିଲା। ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ମନ୍ତ୍ର ଉଚ୍ଚାରଣ କରି ଉଭୟ ସାତ ଜନ୍ମର ସାଥୀ ବି ହୋଇ ସାରିଥିଲେ। କେବଳ ବାପ ଘରୁ ଗୋଡ଼ କାଢ଼ି ନିଜ ନୂଆ ଜୀବନରେ ପାଦ ଥାପିବାକୁ ବାହାରିଥିଲା ନବବଧୂ। ହେଲେ ନୂଆ ସଂସାରରେ ପାଦ ଦେବା ନିମନ୍ତେ ଆଖିରେ ଆଖିଏ ସ୍ୱପ୍ନ ଥିବା ବେଳେ ବାପ ଘର ଲୋକଙ୍କୁ ଛାଡ଼ି ଚାଲିଯିବାର ଦୁ‍ଃଖ ବି ଘାରୁଥିଲା। ଶେଷରେ ନିଜ ଲୋକ ପର ହୋଇଯିବେ ଭାବି କାନ୍ଦି କାନ୍ଦି ଶେଷରେ ଚାଲିଗଲା ନବବଧୂର ଜୀବନ। ଏପରି ହୃଦୟ ବିଦାରକ ଘଟଣା ବିନିକା ଥାନା ଜୁଲୁଣ୍ଡା ଗାଁରେ ଘଟିଛି।

ଜୁଲୁଣ୍ଡା ଗାଁରେ ଜଣେ ଯୁବତୀଙ୍କର  ଗତକାଲି ବାହାଘର ସରିଥିଲା। ଆଜି ସକାଳୁ ବିଦା ହେବା ବେଳେ କାନ୍ଦି କାନ୍ଦି ଅଚେତ ହୋଇପଡ଼ିଲେ କନ୍ୟା। ପରିବାର ଲୋକ ଡାକ୍ତରଖାନା ନେଇଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର।  ହୃଦଘାତରେ କନ୍ୟାର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂଚନା।

Related story