ନବବଧୂର ହାତଗୋଡ଼ ବାନ୍ଧି ଘର ସହ ନିଆଁ ଲଗାଇ ଦେଇଥିଲେ, ସ୍ୱାମୀକୁ ଆଜୀବନ ଓ ଶାଶୁକୁ ୩ ବର୍ଷ ଜେଲ୍

ଭଦ୍ରକ(ପାର୍ଥସାରଥୀ ନାୟକ): ଯୌତୁକ ନ ଆଣିବାରୁ ପତ୍ନୀର ହାତଗୋଡ଼ ବାନ୍ଧି ଘର ଭିତରେ ବନ୍ଦ କରିବା ପରେ ଘରକୁ ନିଆଁ ଲଗାଇ ହତ୍ୟା କରିଥିଲା ସ୍ୱାମୀ। ଏହି ମାମଲାରେ ଆଜି ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡ ମିଳିଥିବା ବେଳେ ଶାଶୁକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ମିଳିଛି। ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲାଜଜ୍ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି। ଦଣ୍ଡାଦେଶ ପାଇଥିବା ଦୋଷୀମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜିତାନଗା ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଓ ତାଙ୍କ […]

court

court

Niranjan Mishra
  • Published: Monday, 12 September 2022
  • Updated: 12 September 2022, 09:32 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ଯୌତୁକ ନ ଆଣିବାରୁ ପତ୍ନୀର ହାତଗୋଡ଼ ବାନ୍ଧି ଘର ଭିତରେ ବନ୍ଦ କରିବା ପରେ ଘରକୁ ନିଆଁ ଲଗାଇ ହତ୍ୟା କରିଥିଲା ସ୍ୱାମୀ। ଏହି ମାମଲାରେ ଆଜି ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡ ମିଳିଥିବା ବେଳେ ଶାଶୁକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ମିଳିଛି। ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲାଜଜ୍ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି। ଦଣ୍ଡାଦେଶ ପାଇଥିବା ଦୋଷୀମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜିତାନଗା ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଓ ତାଙ୍କ ମା’ ଅତନୁ ବେହେରା।

ଅତନଙ୍କୁ ୩ ହଜାର ଟଙ୍କା ଜୋରିମାନା ମଧ୍ୟ କରାଯାଇଛି। ଜୋରିମାନା ନ ଦେଲେ ଅଧିକ ୩ ମାସ ଜେଲ ଦଣ୍ଡ ପାଇବେ ବୋଲି ଅତିରିକ୍ତ ଜିଲ୍ଲାଜଜ୍ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ, ୨୦୧୫ ମସିହାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜିତାନଗା ଗ୍ରାମରେ ଗୋଟାଏ ପଟେ କୀର୍ତ୍ତନ ହେଉଥିବା ବେଳେ ଅନ୍ୟପଟେ ଯୌତୁକ ପାଇଁ ନବବଧୂ ମାତାଜୀ ବେହେରାଙ୍କୁ ଘର ସହ ନିଆଁ ଲଗାଇ ଦିଆଯାଇଥିଲା। ଗୁରୁତର ଅବସ୍ଥାରେରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ବାପଘର ପକ୍ଷରୁ ଯୌତୁକ ପାଇଁ ମାତାଜୀଙ୍କ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲାର ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିସହ ତଦନ୍ତରେ ମିଳିଥିବା ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିଥିଲା।

ଆଜି କୋର୍ଟ ୭ ବର୍ଷ ପରେ ୨ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ଶୁଣାଣି କରିବା ସହ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ସରକାରୀ ଓକିଲ ସୂର୍ଯ୍ୟକାନ୍ତ କୁଅଁର ମାମଲା ପରିଚାଳନା କରୁଥିଲେ। ସେ ଏନେଇ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos