‘କରୋନା’ ସନ୍ଦେହରେ ନବବଧୂଙ୍କୁ ନିର୍ଯାତନା

ଉମରକୋଟ(କାର୍ତ୍ତିକ ମଲ୍ଲିକ): ବାହାଘରକୁ ୧୫ ଦିନ ବିତିନି। ନବବଧୂର ପାଦରୁ ଲିଭିନି ଅଳତା। ଏଭଳି ସମୟରେ ସାମାନ୍ୟ ଛିଙ୍କ ହେବାରୁ ‘କରୋନା’ ସନ୍ଦେହରେ ନବବଧୂଙ୍କୁ ନିର୍ଯାତନା ଦେଉଥିଲେ ଯୌତୁକଲୋଭୀ ସ୍ୱାମୀ ଓ ଶ୍ୱଶୁର। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂରା ଘଟଣା ଏମିତି। ଗତ ୨ ତାରିଖରେ ୟୁଭି-୩ […]

nabarangapur

Manoranjan Sial
  • Published: Saturday, 14 March 2020
  • , Updated: 14 March 2020, 04:33 PM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ବାହାଘରକୁ ୧୫ ଦିନ ବିତିନି। ନବବଧୂର ପାଦରୁ ଲିଭିନି ଅଳତା। ଏଭଳି ସମୟରେ ସାମାନ୍ୟ ଛିଙ୍କ ହେବାରୁ ‘କରୋନା’ ସନ୍ଦେହରେ ନବବଧୂଙ୍କୁ ନିର୍ଯାତନା ଦେଉଥିଲେ ଯୌତୁକଲୋଭୀ ସ୍ୱାମୀ ଓ ଶ୍ୱଶୁର। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୂରା ଘଟଣା ଏମିତି। ଗତ ୨ ତାରିଖରେ ୟୁଭି-୩ ମୁର୍ତ୍ତୁମା ଗାଁର ଆରାଧନା ସର୍କାରଙ୍କ ଝିଅ ପୂଜା ଉମରକୋଟ ସହର ସନ୍ତୋଷୀନଗର ଯୁବରାଜ ଓକିଲଙ୍କ ପୁଅ ଜୟନ୍ତଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ନଗଦ ଅଢ଼େଇ ଲକ୍ଷ ଟଙ୍କା, ଗୋଟିଏ ବାଇକ, ୫ ଲକ୍ଷ ଟଙ୍କାର ସୁନା ଓ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା। ମାତ୍ର ଏଥିରେ ସନ୍ତୁଷ୍ଟ ନଥିଲେ ଜୟନ୍ତଙ୍କ ପରିବାର। ଆଉ ୨ ଲକ୍ଷ ଟଙ୍କା ଆଣିବା ପାଇଁ ପୂଜାଙ୍କୁ କହିଥିଲେ। ପୂଜା ଏଥିରେ ରାଜି ହୋଇନଥିଲେ। ଯେଉଁଥିପାଇଁ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ମାନସିକ ଓ ଶାରୀରିକ ନିର୍ଯାତନା।

ବାରମ୍ୱାର ନିର୍ଯାତନା ଦିଆଯାଉଥିବା ପୂଜା ଅସୁସ୍ଥ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ଥଣ୍ଡା ଓ ଛିଙ୍କ ହୋଇଥିଲା। ଏହା ଦେଖି ତାଙ୍କୁ ‘କରୋନା’ ହୋଇଥିବା ସନ୍ଦେହ କରିଥିଲେ ପରିବାର ଲୋକ। ସେଥିପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଏକ ଘରିଆ କରିଦେଇଥିଲେ। ତଳେ ଶୋଇବାକୁ ଦେବା ସହିତ ଏକୁଟିଆ ଖାଇବାକୁ ଦେଉଥିଲେ। ଏପରିକି ତାଙ୍କୁ ମାରିଦେବାକୁ ଯୋଜନା ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ଏକଥା ପୂଜା ଜାଣିପାରି ସେମାନଙ୍କୁ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇଥିଲେ। ଆଉ ଲୋଭରେ ବସବର୍ତ୍ତୀ ହୋଇ ଶ୍ୱଶୁରଘର ଲୋକ ତାଙ୍କୁ ଟଙ୍କା ଅଣିବାକୁ ବାପଘରକୁ ପଠାଇଥିଲେ। ପୂଜା ଏନେଇ ବାପଙ୍କୁ କହିବା ସହିତ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ସ୍ୱାମୀ ଜୟନ୍ତ ଓ ଶ୍ୱଶୁର ଯୁବରାଜଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

Related story