ତଦନ୍ତ ସାରି ଫେରିଲା ଏନ୍‌ଏଚ୍‌ଆର୍‌ସି ଟିମ୍‌

କୋରାପୁଟ(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଶିକ୍ଷା ପୀଡ଼ିତା ଘଟଣାର ତଦନ୍ତ ସାରି ଫେରିଲା ଏନ୍‌ଏଚ୍‌ଆର୍‌ସି ଟିମ୍। ଡିଏସ୍‌ପି ରବି ସିଂଙ୍କ ନେତୃତ୍ୱରେ ଆସିଥିବା ଟିମ୍ କୋରାପୁଟରେ ଦୀର୍ଘ ୪ଦିନ ଧରି ତଦନ୍ତ ସାରି ଆଜି ବିଶାଖାପାଟଣା ଫେରିଯାଇଛି।  ଟିମ୍ ଦିଲ୍ଲୀ ଏନ୍‌ଏଚ୍‌ଆର୍‌ସି ଅଫିସରେ ରିପୋର୍ଟ ଦାଖଲ କରିବେ। ତଦନ୍ତକାଳରେ ଟିମ୍ କୋରାପୁଟରେ ନିୟୋଜିତ ବିଭିନ୍ନ ଅର୍ଦ୍ଧସାମରିକ ବାହିନୀ ବାଟାଲିୟନ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ଏଥିସହ ରାଜ୍ୟ ଫୋରେନ୍ସିକ ଲାବୋରୋଟୋରୀ ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କୁ ମଧ୍ୟ ଭେଟିବା ସହ […]

kunduli-1

Rakesh Mallick
  • Published: Friday, 09 February 2018
  • , Updated: 09 February 2018, 09:15 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଶିକ୍ଷା ପୀଡ଼ିତା ଘଟଣାର ତଦନ୍ତ ସାରି ଫେରିଲା ଏନ୍‌ଏଚ୍‌ଆର୍‌ସି ଟିମ୍। ଡିଏସ୍‌ପି ରବି ସିଂଙ୍କ ନେତୃତ୍ୱରେ ଆସିଥିବା ଟିମ୍ କୋରାପୁଟରେ ଦୀର୍ଘ ୪ଦିନ ଧରି ତଦନ୍ତ ସାରି ଆଜି ବିଶାଖାପାଟଣା ଫେରିଯାଇଛି।  ଟିମ୍ ଦିଲ୍ଲୀ ଏନ୍‌ଏଚ୍‌ଆର୍‌ସି ଅଫିସରେ ରିପୋର୍ଟ ଦାଖଲ କରିବେ। ତଦନ୍ତକାଳରେ ଟିମ୍ କୋରାପୁଟରେ ନିୟୋଜିତ ବିଭିନ୍ନ ଅର୍ଦ୍ଧସାମରିକ ବାହିନୀ ବାଟାଲିୟନ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ଏଥିସହ ରାଜ୍ୟ ଫୋରେନ୍ସିକ ଲାବୋରୋଟୋରୀ ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କୁ ମଧ୍ୟ ଭେଟିବା ସହ ପୀଡ଼ିତାଙ୍କ ଚିକିତ୍ସାରେ ସଂପୃକ୍ତ ଥିବା ଡାକ୍ତରଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ। ତେବେ ତଦନ୍ତ ସମୟରେ ଏନ୍‌ଏଚ୍‌ଆର୍‌ସି ଟିମ୍ ସଦସ୍ୟ ପୀଡ଼ିତାଙ୍କ ଘରକୁ ଏକାଧିକ ଥର ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ।

ସେପଟେ କୁନ୍ଦୁଲି ଦୁଷ୍କର୍ମ ଘଟଣାରେ ଟ୍ୱିଟ୍ ଯୋଗେ ପ୍ରତିକ୍ରିୟା ରଖି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି-“ନ୍ୟାୟ ପାଇଁ ବାରମ୍ବାର ଆବେଦନ କରି ନିରାଶ ହୋଇ ପୀଡିତା ଶେଷରେ ଜୀବନ ହାରିଲେ। ବ୍ୟବସ୍ଥାରେ ସୁଧାର ଆଣିବା ପରିବର୍ତ୍ତେ ସେ ସମୟରେ ଯେଉଁ ପ୍ରବଞ୍ଚନାତ୍ମକ ରାଜନୀତି କରାଗଲା, ତାହା ଓଡିଶାବାସୀ ବୁଝି ସାରିଛନ୍ତି। ପୀଡ଼ିତାଙ୍କ ବଳିଦାନ ବେକାର ନଯାଉ, ତାଙ୍କୁ ନ୍ୟାୟ ମିଳୁ।”

Related story