ସମ୍ବଲପୁର: ଚିକିତ୍ସା ନ ମିଳିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତ୍ୟକ୍ତ ଲୋକଙ୍କ ପୋଡାଜଳା

ସମ୍ବଲପୁର: ଚିକିତ୍ସା ସେବା ନ ମିଳିବା ଅଭିଯୋଗରେ ଡାକ୍ତରଖାନାରେ ନିଆଁ ଲାଗାଇଦେଲେ ଉତ୍ତ୍ୟକ୍ତ ଲୋକେ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଠେମେରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଏଥିରେ ଡାକ୍ତରଖାନାରେ ଥିବା ଏକ ଜିପ୍‌ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ଣରେ ଠେମରା ଡାକ୍ତରଖାନା ପାଖରେ ଏକ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ସେଠାକୁ […]

sambalpur

Rakesh Mallick
  • Published: Thursday, 08 September 2016
  • , Updated: 08 September 2016, 09:32 PM IST

ସମ୍ବଲପୁର: ଚିକିତ୍ସା ସେବା ନ ମିଳିବା ଅଭିଯୋଗରେ ଡାକ୍ତରଖାନାରେ ନିଆଁ ଲାଗାଇଦେଲେ ଉତ୍ତ୍ୟକ୍ତ ଲୋକେ। ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଠେମେରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଏଥିରେ ଡାକ୍ତରଖାନାରେ ଥିବା ଏକ ଜିପ୍‌ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ଣରେ ଠେମରା ଡାକ୍ତରଖାନା ପାଖରେ ଏକ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ସେଠାକୁ ନେଇଥିଲେ। ହେଲେ ଏହି ସମୟରେ  ସେଠାରେ ଡାକ୍ତର ନ ଥିବାରୁ ଉତ୍ତେଜନା ଦେଖାଦେଇଥିଲା। ଏପରିକି ତାଙ୍କୁ ଅନ୍ୟତ୍ର ନେବା ପାଇଁ ହସ୍ପିଟାଲରେ ଆମ୍ବୁଲାନ୍ସ ବି ନ ଥିବା ଅଭିଯୋଗ ହୋଇଛି। ଫଳରେ ଉତ୍ତେଜନା ଆହୁରି ବଢିଥିଲା। ଏପରିକି ତାଙ୍କୁ ଅନ୍ୟତ୍ର ନେବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପରେ ସବୁ ରାଗ ସୁଝାଇଥିଲେ ଉତ୍ତ୍ୟକ୍ତ ଲୋକେ। ହସ୍ପିଟାଲ ଜଳୁଥିବା ବେଳେ ସ୍ଥାନୀୟ ଲୋକେ ମୃତଦେହକୁ ଧରି ରାସ୍ତା ଅବରୋଧ କରିଥିଲେ ଓ ନିଆଁ ଲିଭାଇବାକୁ ଆସି ଥିବା ଅଗ୍ନିଶମ ଗାଡିକୁ ହସ୍ପିଟାଲ ପରିସରକୁ ଛାଡି ନ ଥିଲେ।

୨ ପ୍ଳାଟୁନ ଫୋର୍ସ ସହ ସଦର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

Related story