ମିଛ ଧରିନେଲେ ପୋଲିସ ବାବୁ : ଫସିଗଲେ ନାଇଜେରିଆ ନାଗରିକ

ଭୁବନେଶ୍ୱର: ଥାନାରେ ପାସପୋର୍ଟ ଚୋରି ହୋଇଯାଇଥିବା ଅଭିଯୋଗ କରି ଫସିଗଲେ ବିଦେଶୀ ନାଗରିକ। ଖୋଳତାଡ଼ କରିବା ପରେ ଜଣାପଡ଼ିଲା ଯେ, ନାଗରିକଙ୍କ ପାସପୋର୍ଟର ଅବଧି ୬ମାସ ପୂର୍ବରୁ ସରିଯାଇଛି। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଖବର ଅନୁସାରେ ଦୁଇଦିନ ତଳେ ଗୁଡନେସ୍ ଥମସେନ୍ ଇଗୋଇ ନାମକ ଜଣେ  ନାଇଜେରିଆ ଯୁବକ ପାସପୋର୍ଟ ଚୋରି ହୋଇଯାଇଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଖୋଳତାଡ଼ କରିବା ପାଇଁ ସମ୍ପୃକ୍ତ ବିଦେଶୀଙ୍କ ପାସପୋର୍ଟ ନମ୍ବର ମାଗିଥିଲେ। […]

passport

Rakesh Mallick
  • Published: Saturday, 09 June 2018
  • , Updated: 09 June 2018, 08:29 PM IST

ଭୁବନେଶ୍ୱର: ଥାନାରେ ପାସପୋର୍ଟ ଚୋରି ହୋଇଯାଇଥିବା ଅଭିଯୋଗ କରି ଫସିଗଲେ ବିଦେଶୀ ନାଗରିକ। ଖୋଳତାଡ଼ କରିବା ପରେ ଜଣାପଡ଼ିଲା ଯେ, ନାଗରିକଙ୍କ ପାସପୋର୍ଟର ଅବଧି ୬ମାସ ପୂର୍ବରୁ ସରିଯାଇଛି। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

ଖବର ଅନୁସାରେ ଦୁଇଦିନ ତଳେ ଗୁଡନେସ୍ ଥମସେନ୍ ଇଗୋଇ ନାମକ ଜଣେ  ନାଇଜେରିଆ ଯୁବକ ପାସପୋର୍ଟ ଚୋରି ହୋଇଯାଇଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଖୋଳତାଡ଼ କରିବା ପାଇଁ ସମ୍ପୃକ୍ତ ବିଦେଶୀଙ୍କ ପାସପୋର୍ଟ ନମ୍ବର ମାଗିଥିଲେ। ଯୁବକ ଜଣକ ତାଙ୍କ ପରିଚୟ ଦେବାରୁ ସେ ପୋଲିସର ସ୍କାନରରେ ଆସିଥିଲେ। ପରେ ସତ୍ୟତା ନେଇ ନାଇଜେରିଆ ଆମ୍ବାସି ସହ କଥା ହୋଇ ତଦନ୍ତ କରିଥିଲା ପୋଲିସ। ତଦନ୍ତ ସମୟରେ ଉକ୍ତ ପାସପୋର୍ଟ ନମ୍ବର ଠିକ୍ ଥିଲେ ମଧ୍ୟ ତା’ର ଅବଧି ସରିଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

Related story