ସୁଧୁରୁଛି ଭଦ୍ରକ ସ୍ଥିତି; ୧୨ ଘଣ୍ଟା କର୍ଫ୍ୟୁ କୋହଳ

ଭଦ୍ରକ: ଭଦ୍ରକ ସହରର ସ୍ଥିତି ସୁଧୁରୁଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଫଳରେ ଲୋକେ କିଣାବିକା କରୁଥିବା ଦେଖିବାକୁ ମିଳିଥିଲା। ଏବେ ମଧ୍ୟ ସହରରେ ୩୪ ପ୍ଲାଟୁନ ଫୋର୍ସ, ଦୁଇ କମ୍ପାନୀ ସିଆର୍‌ପିଏଫ୍‌, ଦୁଇ କମ୍ପାନୀ ରାପିଡ୍‌ ଆକ୍‌ସନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷରେ ଉତ୍ତେଜନା ବେଳେ କେତେ କ୍ଷୟକ୍ଷତି ହୋଇଛି ସେନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ […]

bhadrak

Rakesh Mallick
  • Published: Saturday, 15 April 2017
  • , Updated: 15 April 2017, 08:51 AM IST

ଭଦ୍ରକ: ଭଦ୍ରକ ସହରର ସ୍ଥିତି ସୁଧୁରୁଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଫଳରେ ଲୋକେ କିଣାବିକା କରୁଥିବା ଦେଖିବାକୁ ମିଳିଥିଲା। ଏବେ ମଧ୍ୟ ସହରରେ ୩୪ ପ୍ଲାଟୁନ ଫୋର୍ସ, ଦୁଇ କମ୍ପାନୀ ସିଆର୍‌ପିଏଫ୍‌, ଦୁଇ କମ୍ପାନୀ ରାପିଡ୍‌ ଆକ୍‌ସନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ଅନ୍ୟପକ୍ଷରେ ଉତ୍ତେଜନା ବେଳେ କେତେ କ୍ଷୟକ୍ଷତି ହୋଇଛି ସେନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ କରିବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂସା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରି ତିନି ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Related story