ଆଜିଠୁ ବନ୍ଦ ହେବନି ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା ଆଜିଠୁ ବନ୍ଦ ହେବନି । ରନ୍‌ୱେର ରି–କାର୍ପେଟିଂ କାରଣରୁ ଆଜିଠୁ ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ହେବାର ଥିଲା। କିନ୍ତୁ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ଏହାକୁ ମାସେ ପାଇଁ ଘୁଞ୍ଚାଇ ଦିଆଯାଇଛି । ନୂଆ ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ରଖାଯିବ ବୋଲି  ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।  ଡିସେମ୍ବର ୧ ତାରିଖରୁ ରାତି […]

airport-1-1

Niharika Rout
  • Published: Friday, 01 November 2019
  • , Updated: 01 November 2019, 08:01 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା ଆଜିଠୁ ବନ୍ଦ ହେବନି । ରନ୍‌ୱେର ରି--କାର୍ପେଟିଂ କାରଣରୁ ଆଜିଠୁ ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ହେବାର ଥିଲା। କିନ୍ତୁ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ଏହାକୁ ମାସେ ପାଇଁ ଘୁଞ୍ଚାଇ ଦିଆଯାଇଛି ।

ନୂଆ ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱର ଏୟାରପୋର୍ଟର ରାତ୍ରିକାଳୀନ ସେବା ବନ୍ଦ ରଖାଯିବ ବୋଲି  ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।  ଡିସେମ୍ବର ୧ ତାରିଖରୁ ରାତି ସାଢ଼େ ୧୦ଟାରୁ ସକାଳ ସାଢ଼େ ୫ଟା ପର୍ଯ୍ୟନ୍ତ ସମସ୍ତ ଅପରେସନ ବନ୍ଦ ରହିବ । ଏହି ରନ୍‌ୱେର ରି-କାର୍ପେଟିଂ କାମ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଉଦ୍ୟମ କରାଯିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  ଏହାପରେ ଏପ୍ରିଲ ୧ ତାରିଖରୁ ଜୁନ୍ ୩୦ ପର୍ଯ୍ୟନ୍ତ ଦିନବେଳା ଅର୍ଥାତ୍ ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ସେବା ବନ୍ଦ ରହିବ ।

Related story