ନିଖୋଜ ରଗବୀ ଖେଳାଳି ସୁଜାତା ଉଦ୍ଧାର

ଭୁବନେଶ୍ୱର: ଗତ ଏକମାସ ଧରି ଭୁବନେଶ୍ୱରରୁ ନିଖୋଜ ଥିବା ରଗବୀ ଖେଳାଳି ସୁଜାତା ପ୍ରଧାନଙ୍କୁ କମିଶନରେଟ ପୋଲିସ ଉଦ୍ଧାର କରିଛି। ତାଙ୍କୁ ନୟାଗଡ଼ ଜିଲ୍ଲା ଆଠଗଡ଼ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ପ୍ରଭାତ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ସୁଜାତା ଜଣେ ନାବାଳିକା ହୋଇଥିବାରୁ ପ୍ରଭାତଙ୍କ ବିରୋଧରେ ପୋଲିସ ଅପରହରଣ ମାମଲା ରୁଜୁ କରିଛି। ଆଜି ଉଭୟ ସୁଜାତା ଓ ପ୍ରଭାତଙ୍କୁ କୋର୍ଟରେ ହାଜର କରାଇବା ସହ ଅଭିଯୁକ୍ତ ପ୍ରଭାତର ବୟାନ […]

sujata

Rakesh Mallick
  • Published: Sunday, 05 July 2015
  • , Updated: 05 July 2015, 10:21 AM IST

ଭୁବନେଶ୍ୱର: ଗତ ଏକମାସ ଧରି ଭୁବନେଶ୍ୱରରୁ ନିଖୋଜ ଥିବା ରଗବୀ ଖେଳାଳି ସୁଜାତା ପ୍ରଧାନଙ୍କୁ କମିଶନରେଟ ପୋଲିସ ଉଦ୍ଧାର କରିଛି। ତାଙ୍କୁ ନୟାଗଡ଼ ଜିଲ୍ଲା ଆଠଗଡ଼ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ପ୍ରଭାତ ପ୍ରଧାନ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ସୁଜାତା ଜଣେ ନାବାଳିକା ହୋଇଥିବାରୁ ପ୍ରଭାତଙ୍କ ବିରୋଧରେ ପୋଲିସ ଅପରହରଣ ମାମଲା ରୁଜୁ କରିଛି। ଆଜି ଉଭୟ ସୁଜାତା ଓ ପ୍ରଭାତଙ୍କୁ କୋର୍ଟରେ ହାଜର କରାଇବା ସହ ଅଭିଯୁକ୍ତ ପ୍ରଭାତର ବୟାନ ରେକର୍ଡ କରାଯିବ। ଜାତୀୟ ସ୍ତରର ରଗବୀ ଖେଳାଳୀ ସୁଜାତା ପ୍ରଧାନଙ୍କୁ କେହି ଅପହରଣ କରିଥିବା ନେଇ ତାଙ୍କ ପରିବାର ପକ୍ଷରୁ ଗତମାସ ୨୩ ତାରିଖରେ ନନ୍ଦନକାନ ଥାନାରେ ଏତଲା ଦିଆଯାଇଥିଲା। ସେବେଠାରୁ ପୋଲିସ ଏହି ଘଟଣାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ସୁଜାତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇ ଆସିଥିଲା। ଅନ୍ୟପକ୍ଷେ ତାଙ୍କୁ ଅପହରଣ କରାଯାଇନାହିଁ ସେ ସ୍ୱଇଚ୍ଛାରେ ପ୍ରଭାତଙ୍କ ସହ ଯାଇଥିବା ସୁଜାତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏପରି କି ଏକ ଶିବ ମନ୍ଦିରରେ ଉଭୟ ବିବାହ କରିଥିବା ସେ କହିଛନ୍ତି।

Related story