ଶ୍ରୀମନ୍ଦିର ଉପରୁ ଉଡ଼ିଗଲା ନୀଳଚକ୍ର ବାନା

ପୁରୀ (ମଧୁସୂଦନ ମିଶ୍ର): ପୁରୀ ଶ୍ରୀମନ୍ଦିର ଉପରୁ ଉଡ଼ିଗଲା ନୀଳଚକ୍ର ବାନା। ନୀଳଚକ୍ରରେ ଲାଗିଥିବା ୫ ହାତ ଲମ୍ବର ବାନା ଉଡ଼ି ଯାଇଛି। ପୁରୀରେ ବାତ୍ୟା ‘ଫୋନି’ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ଥିବାରୁ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶସାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାତ୍ୟାରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଗତକାଲି ନୀଳଚକ୍ରରେ ୫ ହାତ ଲମ୍ବର କେବଳ ଗୋଟିଏ ଧ୍ୱଜା ବନ୍ଧା ଯାଇଥିଲା। ତେବେ ତାହା ଆଜି ଉଡ଼ିଯାଇଛି। ନୀଳଚକ୍ରରେ […]

puritemple

Tapaswini Nayak
  • Published: Thursday, 02 May 2019
  • , Updated: 02 May 2019, 10:10 AM IST

ପୁରୀ (ମଧୁସୂଦନ ମିଶ୍ର): ପୁରୀ ଶ୍ରୀମନ୍ଦିର ଉପରୁ ଉଡ଼ିଗଲା ନୀଳଚକ୍ର ବାନା। ନୀଳଚକ୍ରରେ ଲାଗିଥିବା ୫ ହାତ ଲମ୍ବର ବାନା ଉଡ଼ି ଯାଇଛି।

ପୁରୀରେ ବାତ୍ୟା ‘ଫୋନି’ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ଥିବାରୁ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶସାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାତ୍ୟାରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଗତକାଲି ନୀଳଚକ୍ରରେ ୫ ହାତ ଲମ୍ବର କେବଳ ଗୋଟିଏ ଧ୍ୱଜା ବନ୍ଧା ଯାଇଥିଲା। ତେବେ ତାହା ଆଜି ଉଡ଼ିଯାଇଛି। ନୀଳଚକ୍ରରେ ପୁଣି ବାନା ବନ୍ଧା ଯିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସୂଚନା ମୁତାବକ, ଏହାଦ୍ୱାରା କୌଣସି ନୀତିକାନ୍ତିରେ ପ୍ରଭାବ ପଡ଼ିବନି। କାରଣ ନୀଳଚକ୍ରରେ ଅନ୍ୟ ବାନାକୁ ଗୁଡ଼ାଇ ରଖାଯାଇଛି।

Related story