ନୀଳାଦ୍ରିବିଜେ ବିଶୃଙ୍ଖଳା: ୨ ଜଣଙ୍କ ଆଗୁଆ ଜାମିନ୍ ଆବେଦନ ପ୍ରତ୍ୟାହାର  

କଟକ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ଆଜି ଆଉ ଦୁଇ ଫେରାର ସେବାୟତ ହାଇକୋର୍ଟରୁ ସେମାନଙ୍କ ଆଗୁଆ ଜାମିନ୍‌ ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି। ସେମାନେ ହେଲେ ଈପ୍‌ସିତ ପ୍ରତିହାରୀ ଏବଂ ଭାଗିରଥୀ ଖୁଣ୍ଟିଆ। ସାମ୍ବାଦିକଙ୍କୁ ଆକ୍ରମଣ କରିବା ଓ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ଈପସିତ ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କରି ନେଇଥିବା ବେଳେ ନୀତି ବିଶୃଙ୍ଖଳା ସହ ମୋଟ ୩ଟି ମାମଲାରେ ଅଭିଯୁକ୍ତ ଭାଗୀରଥି ମଧ୍ୟ ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କରି […]

sebayata

Rakesh Mallick
  • Published: Friday, 19 August 2016
  • , Updated: 19 August 2016, 05:26 PM IST

କଟକ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ଆଜି ଆଉ ଦୁଇ ଫେରାର ସେବାୟତ ହାଇକୋର୍ଟରୁ ସେମାନଙ୍କ ଆଗୁଆ ଜାମିନ୍‌ ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି। ସେମାନେ ହେଲେ ଈପ୍‌ସିତ ପ୍ରତିହାରୀ ଏବଂ ଭାଗିରଥୀ ଖୁଣ୍ଟିଆ। ସାମ୍ବାଦିକଙ୍କୁ ଆକ୍ରମଣ କରିବା ଓ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ଈପସିତ ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କରି ନେଇଥିବା ବେଳେ ନୀତି ବିଶୃଙ୍ଖଳା ସହ ମୋଟ ୩ଟି ମାମଲାରେ ଅଭିଯୁକ୍ତ ଭାଗୀରଥି ମଧ୍ୟ ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି।

ଗତକାଲି ଅନ୍ୟ ଜଣେ ଫେରାର ସେବାୟତ ଭୀମସେନ ପଲଙ୍କଧାରୀ ତାଙ୍କ ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କରି ନେଇଥିଲେ।

Related story