ଆଜି ନୀଳାଦ୍ରି ବିଜେ; ରଥରୁ ରତ୍ନସିଂହାସନକୁ ଯିବେ ଶ୍ରୀଜିଉ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ରଥଯାତ୍ରାର ଅନ୍ତିମ ଦିନ। ଆଜି ରତ୍ନସିଂହାସନରେ ବିଜେ ହେବେ ଶ୍ରୀଜିଉ। ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯିବ। ପ୍ରଥମେ କୃଷ୍ଣବଳରାମ ଓ ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବ।  ତା’ପରେ ଶ୍ରୀସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ରତ୍ନସିଂହାସନକୁ ବିଜେ କରାଯିବ। ତା’ପରେ ଆରମ୍ଭ ହେବ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ। ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ […]

jagannath

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 08:13 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ରଥଯାତ୍ରାର ଅନ୍ତିମ ଦିନ। ଆଜି ରତ୍ନସିଂହାସନରେ ବିଜେ ହେବେ ଶ୍ରୀଜିଉ। ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯିବ। ପ୍ରଥମେ କୃଷ୍ଣବଳରାମ ଓ ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବ।  ତା’ପରେ ଶ୍ରୀସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ରତ୍ନସିଂହାସନକୁ ବିଜେ କରାଯିବ। ତା’ପରେ ଆରମ୍ଭ ହେବ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ। ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ନୀତି କରାଯାଇଥାଏ। ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଗତକାଲି ସିଂହଦ୍ୱାରରେ ରଥାରୁଢ଼ ତିନି ଠାକୁରଙ୍କ ପାଖରେ ଅଧରପଣା ନୀତି ସଂପନ୍ନ ହୋଇଥିଲା। ପ୍ରଥମେ ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ରଥରେ ଅଧରପଣା ଅର୍ପଣ କରାଯିବା ପରେ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଅଧରପଣା ନୀତି ସଂପନ୍ନ  ହୋଇଥିଲା।

Related story