ଧରାପଡ଼ିଲା ନାବାଳିକାକୁ ଚକୋଲେଟ୍‌ ଦେଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ନୀଳଗିରି ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାଚନ୍ଦନ ଜେନା ଗିରଫ। ନୀଳଗିରି ପୋଲିସ ତାଙ୍କୁ ଭଦ୍ରକରୁ ଗିରଫ କରିଛି। ଏନେଇ ବାଲେଶ୍ୱର ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୀଡ଼ିତା ନାବାଳିକାଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ଗତ ୧୩ ତାରିଖରେ ବାଉଁଶବଣିଆ ପଞ୍ଚାୟତ ଅଞ୍ଚଳରେ ୪ ବର୍ଷର ନାବାଳିକା ଘର ଆଗରେ ଖେଳୁଥିଲେ। ଚକୋଲେଟ୍‌ ଦେବା ବାହାନାରେ ଅଭିଯୁକ୍ତ ତାଙ୍କୁ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ନାବାଳିକାଙ୍କ […]

nilagiri rapest

Rakesh Mallick
  • Published: Monday, 16 April 2018
  • , Updated: 16 April 2018, 07:51 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ନୀଳଗିରି ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାଚନ୍ଦନ ଜେନା ଗିରଫ। ନୀଳଗିରି ପୋଲିସ ତାଙ୍କୁ ଭଦ୍ରକରୁ ଗିରଫ କରିଛି। ଏନେଇ ବାଲେଶ୍ୱର ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୀଡ଼ିତା ନାବାଳିକାଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି।

ଗତ ୧୩ ତାରିଖରେ ବାଉଁଶବଣିଆ ପଞ୍ଚାୟତ ଅଞ୍ଚଳରେ ୪ ବର୍ଷର ନାବାଳିକା ଘର ଆଗରେ ଖେଳୁଥିଲେ। ଚକୋଲେଟ୍‌ ଦେବା ବାହାନାରେ ଅଭିଯୁକ୍ତ ତାଙ୍କୁ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ନାବାଳିକାଙ୍କ ଯୌନାଙ୍ଗ କ୍ଷତ ସୃଷ୍ଟି ହୋଇଥିଲା। ନାବାଳିକା ଜଣକ କାନ୍ଧି କାନ୍ଧି ନିଜ ଘରକୁ ଯାଇ ମାଆକୁ କହିଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ସିଡ୍ଲୁସି ଟିମ୍ ନୀଳଗିରିରେ ପହଞ୍ଚି ପୀଡିତାର ଡାକ୍ତରୀ ମାଇନା କରାଇଛି।

ଅନ୍ୟପକ୍ଷରେ ଆଜି ବିଧାନସଭାରେ ନୀଳଗିରି ତାତି ଦେଖିବାକୁ ମିଳିଥିଲା। କଂଗ୍ରେସ ସଦସ୍ୟମାନେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। ମାତ୍ର ବାଚସ୍ପତି ଆଲୋଚନା ପାଇଁ ରାଜି ନହେବାରୁ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରିଥିଲେ। ଯାହାଫଳରେ ବାରମ୍ବାର ଗୃହକୁ ମୁତଲବୀ ରଖିଥିଲେ ବାଚସ୍ପତି। ଘଟଣାରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂପର୍କୀୟ ସଂପୃକ୍ତ ଅଛି ବୋଲି ଅଭିଯୋଗ କରିଛନ୍ତି ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ତେବେ ନୀଳଗିରି ବିଧାୟକ ଏହାକୁ ଖଣ୍ଡନ କରିବା ସହ ଯିଏ ଦୋଷୀ, ଦଣ୍ଡ ପାଇବ ବୋଲି କହିଛନ୍ତି।

Related story