ଗ୍ୟାରେଜ ମେକାନିକଙ୍କୁ ଗୁଳି କରି ହତ୍ୟା

ନୀଳଗିରି(ବିଶ୍ୱମ୍ଭର ଦାସ): ସ୍ପଷ୍ଟ ଦିବାଲୋକରେ ହୋଇଛି ଗୁଳିକାଣ୍ଡ। ୪ରୁ ୫ ଜଣ ଯୁବକ ଆସି ଗୁଳିମାଡ଼ କରି ଚମ୍ପଟ ମାରିଲେ। ଗୁଳି ମାଡ଼ରେ ଗ୍ୟାରେଜ ମେକାନିକଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଛି। ରେମୁଣା ଅଞ୍ଚଳର ଦୀପୁ ବେହେରା ମିତ୍ରପୁର ନିକଟ ମର୍ଦ୍ଦରାଜପୁର ଛକରେ ଥିବା ଗ୍ୟାରେଜରେ ମେକାନିକ୍‌ ଭାବେ କାମ କରୁଥିଲେ। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ୪ରୁ ୫ଜଣ ଦୁର୍ବୃତ୍ତ ସେଠାରେ […]

Nilagiri

Manoranjan Sial
  • Published: Saturday, 11 December 2021
  • , Updated: 11 December 2021, 06:07 PM IST

ନୀଳଗିରି(ବିଶ୍ୱମ୍ଭର ଦାସ): ସ୍ପଷ୍ଟ ଦିବାଲୋକରେ ହୋଇଛି ଗୁଳିକାଣ୍ଡ। ୪ରୁ ୫ ଜଣ ଯୁବକ ଆସି ଗୁଳିମାଡ଼ କରି ଚମ୍ପଟ ମାରିଲେ। ଗୁଳି ମାଡ଼ରେ ଗ୍ୟାରେଜ ମେକାନିକଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଛି।

ରେମୁଣା ଅଞ୍ଚଳର ଦୀପୁ ବେହେରା ମିତ୍ରପୁର ନିକଟ ମର୍ଦ୍ଦରାଜପୁର ଛକରେ ଥିବା ଗ୍ୟାରେଜରେ ମେକାନିକ୍‌ ଭାବେ କାମ କରୁଥିଲେ। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ୪ରୁ ୫ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ଦୀପୁଙ୍କୁ ଗୁଳିକରି ଚମ୍ପଟ ମାରିଥିଲେ। ଫଳରେ ଘଟଣାସ୍ଥଳରେ ଦୀପୁଙ୍କ ମୃତ୍ୟୁ ହୋଇଥିଲା। ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପଠାଇଛି।

ସେପଟେ ଘଟଣାସ୍ଥଳରୁ ପୁଲିସ ଗୋଟିଏ ମାଉଜର ଜବତ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଗୁଳି ମାଡ଼ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଝାସୁଝା ପରେ ଦେଖାଯାଇଥିବା ଉତ୍ତେଜନା ଶାନ୍ତ ପଡ଼ିଛି। ପୁଲିସ ଏହି ମାମଲାରେ ଗ୍ୟାରେଜ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗୁଳିକାଣ୍ଡକୁ ନେଇ ଗ୍ୟାରେଜ ମାଲିକଙ୍କ ବୟାନରେ ତାଳମେଳ ରହୁଥିବା ଜଣାପଡ଼ିଛି।

Related story