ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଛାଡ଼ି ସୁରକ୍ଷା ମାଗିଥିବା ଝିଅ ପୋଲିସ୍‌ ପାଖରେ ହାଜର

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ/ବିଶ୍ୱମ୍ୱର ଦାସ): “ଆମେ ଦୁହେଁ ପରସ୍ପରକୁ ଭଲ ପାଉଛୁ। କିଛି ତ ଭୁଲ କରିନାହୁଁ। ଆମକୁ କ’ଣ ପାଇଁ ମାରିଦେବାକୁ ଉଦ୍ୟମ କରାଯାଉଛି? ଆମକୁ ସୁରକ୍ଷା ଯୋଗାଇ ଦିଅ। ସୁରକ୍ଷା ନମିଳିଲେ ଆମେ ଆତ୍ମହତ୍ୟା କରିବୁ।” ଏମିତି କୋହଭରା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରି ସୁରକ୍ଷା ମାଗିଥିଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳର ପ୍ରେମୀଯୁଗଳ। ଏହି ଖବର ସେହି ସମୟରେ ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ନୀଳଗିରି ପୋଲିସ୍‌ ତତ୍ପର ମଧ୍ୟ […]

girl

Rakesh Mallick
  • Published: Saturday, 21 April 2018
  • , Updated: 21 April 2018, 04:31 PM IST

ବାଲେଶ୍ୱର (ରଶ୍ମିରଞ୍ଜନ ଦାସ/ବିଶ୍ୱମ୍ୱର ଦାସ): “ଆମେ ଦୁହେଁ ପରସ୍ପରକୁ ଭଲ ପାଉଛୁ। କିଛି ତ ଭୁଲ କରିନାହୁଁ। ଆମକୁ କ’ଣ ପାଇଁ ମାରିଦେବାକୁ ଉଦ୍ୟମ କରାଯାଉଛି? ଆମକୁ ସୁରକ୍ଷା ଯୋଗାଇ ଦିଅ। ସୁରକ୍ଷା ନମିଳିଲେ ଆମେ ଆତ୍ମହତ୍ୟା କରିବୁ।” ଏମିତି କୋହଭରା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରି ସୁରକ୍ଷା ମାଗିଥିଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳର ପ୍ରେମୀଯୁଗଳ। ଏହି ଖବର ସେହି ସମୟରେ ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ନୀଳଗିରି ପୋଲିସ୍‌ ତତ୍ପର ମଧ୍ୟ ହୋଇପଡ଼ିଥିଲା। ଫେରାର ଥିବା ନାବାଳିକା ପ୍ରେମିକା ଓ ପ୍ରେମିକକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ଉଦ୍ଧାର କରିବାରେ ସଫଳ ହୋଇପାରିନଥିଲା। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ନାବାଳିକା ବାଲେଶ୍ୱର ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ସୁରକ୍ଷା ଯୋଗାଇ ଦେବାକୁ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି ନାବାଳିକା। ଏସ୍‌ପିଙ୍କ ନିର୍ଦ୍ଦେଶରେ ନୀଳଗିରି ପୋଲିସ ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇଛି। ଏପରିକି ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ୧୬୪ ବୟାନ୍‌ ରେକର୍ଡ଼ କରାଯାଇଛି। ଏବେ ନାବାଳିକା ଜଣକ ଜିଲ୍ଲା ମହିଳା ସମିତିରେ ରହିବେ ବୋଲି ଜଣାପଡ଼ିଛି।

ଗତକାଲି ଉଭୟ ପ୍ରେମୀଯୁଗଳ ଏସ୍‌ପି ଅଫିସ୍‌ ଫୋନ୍‌ କରି ସୁରକ୍ଷା ମାଗିଥିଲେ। ଏସ୍‌ପିଙ୍କ ଅନୁରୋଧ କ୍ରମେ ଆଜି ସକାଳ ୯ଟା ବେଳେ ନାବାଳିକା ଜଣକ ଅଫିସ୍‌ରେ ପହଞ୍ଚି ଥିଲେ। ମାତ୍ର ତାଙ୍କ ପ୍ରେମିକ ଆସିନଥିଲେ। ଏସ୍‌ପି ଅଫିସ୍‌ ବାହାରେ ପ୍ରେମିକାଙ୍କୁ ପ୍ରେମିକ ଛାଡ଼ି ପଳାଇ ଯାଇଥିବା ପୋଲିସ୍‌ କହିଛି। ମାତ୍ର ଏବେ ପ୍ରେମିକ କେଉଁଠି ଅଛନ୍ତି, ତାହା ଜଣିନାହିଁ।ସୋସିଆଲ ମିଡ଼ିଆରେ ଭିଡିଓ ଅପିଲ୍‌ରୁ ଜଣାପଡ଼ିଛି, ନୀଳଗିରି ଅଞ୍ଚଳର ଦୀପକ (ଛଦ୍ମନାମ) ରାଜ୍ୟ ବାହାରେ ଚାକିରି କରନ୍ତି। ଘରକୁ ଆସିଥିବା ବେଳେ ଭଲ ପାଇ ବସିଥିଲେ ଜଣେ ନାବାଳିକାଙ୍କୁ। ଏନେଇ ଉଭୟ ପରିବାର ଲୋକଙ୍କୁ ସେମାନେ କହିଥିଲେ। ମାତ୍ର ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ଶେଷରେ କିଛି ଉପାୟ ନପାଇ ପ୍ରେମୀ ଯୁଗଳ ଘର ଛାଡ଼ି ପଳାଇଗଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ନାବାଳିକାଙ୍କ ମାଆ ଗୁଣ୍ଡା ଲଗାଇ ପ୍ରେମୀ ଯୁଗଳଙ୍କୁ ଖୋଜୁଛନ୍ତି ବୋଲି ଭିଡିଓରେ ପ୍ରେମିକ ଜଣକ କହିଛନ୍ତି। ଧରା ପଡ଼ିଲେ ମାରିଦେବାକୁ ଚେତାବନୀ ଦିଆଯାଉଥିବା ସେ କହିଛନ୍ତି। ସେଥିପାଇଁ ପ୍ରେମୀଯୁଗଳ ଗୋଟିଏ ଜାଗାରେ ରହିବାକୁ ସାହସ କରିପାରୁ ନାହାନ୍ତି। ପ୍ରତିଦିନ ସ୍ଥାନ ବଦଳାଉଛନ୍ତି। ଏପରିକି ସେମାନଙ୍କ ମୋବାଇଲ୍‌ ଟ୍ରାକ୍‌ କରାଯାଉଛି ବୋଲି ଯୁବକ ଜଣକ ଅପିଲ୍‌ କରିଛନ୍ତି। ଏହାଛଡ଼ା ସୁରକ୍ଷା ଦିଆନଗଲେ ସେମାନେ ଆତ୍ମହତ୍ୟା କରିବେ ବୋଲି ଭିଡ଼ିଓରେ ଗୁହାରି କରିଥିଲେ।

ତା’ପର ଦିନ ଉଭୟ ପ୍ରେମୀଯୁଗର ଆତ୍ମହତ୍ୟା କରିଥିବା ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ହେଉଥିଲା। ଏପରିକି ଉଭୟ ପ୍ରେମୀଯୁଗଳଙ୍କ ମୃତଦେହ ରାସ୍ତାରେ ପଡ଼ିଥିବା ବେଳେ ମୁଣ୍ଡରୁ ରକ୍ତ ବାହାରୁଥିବା ଫଟୋ ପୋଷ୍ଟରୁ ଦେଖିବାକୁ ମିଳିଥିଲା। ମାତ୍ର ଏହା ମିଥ୍ୟା ବୋଲି ପରେ ଜଣାପଡ଼ିଥିଲା। କୌଣସି କୁପ୍ରକୃତିର ଲୋକ ଏପରି ପୋଷ୍ଟ କରିଥିବା ଜଣାପଡ଼ିଥିଲା।

ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ନାବାଳିକାଙ୍କ ବାପା ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଯୁବକ ଜଣକ ଝିଅକୁ ଅପହରଣ କରିଥିବା ନାବାଳିକାଙ୍କ ବାପା ଏତଲାରେ ଦର୍ଶାଇ ଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Related story