ବେଳା ଭଲନାହିଁ, ସପ୍ତାହରେ ଧରାପଡ଼ିଲେଣି ୧୭ ଲୁଟେରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ଚଳାଇଥିବା ଛିନ୍‌ତାଇ ଗ୍ୟାଙ୍ଗର ଫର୍ଦ୍ଦାଫାସ ହୋଇଛି। ତିନୋଟି ଗ୍ୟାଙ୍ଗର ୯ ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୩୫ଟି ଲୁଟ୍‌ ମୋବାଇଲ ସମେତ ତିନୋଟି ବାଇକ ଜବତ କରିଛି। ଜଟଣୀ ପୁଲିସ, ବରଗଡ ପୁଲିସର ସ୍ପେଶାଲ ସ୍କାର୍ଡ ଏମାନଙ୍କୁ ଗିରଫ କରିଛନ୍ତି। ଖଣ୍ଡଗିରି, ପାତ୍ରପଡା, ଜଟଣୀ ସମେତ ସହରର ଏକାଧିକ ଥାନା ଅଂଚଳରେ ଏମାନେ କୋକୁଆ ଭୟ ସୃଷ୍ଟି କରିଥିଲେ। ମହିଳାଙ୍କୁ ଟାର୍ଗେଟ କରିବା ସହ […]

nine-lootera-arrested-by-police

Manoranjan Sial
  • Published: Friday, 30 November 2018
  • , Updated: 30 November 2018, 08:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ଚଳାଇଥିବା ଛିନ୍‌ତାଇ ଗ୍ୟାଙ୍ଗର ଫର୍ଦ୍ଦାଫାସ ହୋଇଛି। ତିନୋଟି ଗ୍ୟାଙ୍ଗର ୯ ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୩୫ଟି ଲୁଟ୍‌ ମୋବାଇଲ ସମେତ ତିନୋଟି ବାଇକ ଜବତ କରିଛି।

ଜଟଣୀ ପୁଲିସ, ବରଗଡ ପୁଲିସର ସ୍ପେଶାଲ ସ୍କାର୍ଡ ଏମାନଙ୍କୁ ଗିରଫ କରିଛନ୍ତି। ଖଣ୍ଡଗିରି, ପାତ୍ରପଡା, ଜଟଣୀ ସମେତ ସହରର ଏକାଧିକ ଥାନା ଅଂଚଳରେ ଏମାନେ କୋକୁଆ ଭୟ ସୃଷ୍ଟି କରିଥିଲେ। ମହିଳାଙ୍କୁ ଟାର୍ଗେଟ କରିବା ସହ ଚଳନ୍ତା ବାଇକ ଉପରକୁ ଅତର୍କିତ ଆକ୍ରମଣ କରି ଲୁଟ ଉଦ୍ୟମ କରୁଥିଲେ।

ହକି ଓ୍ୱାଲର୍ଡ କପ୍‌କୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ଏମିତି ସ୍ପେଶାଲ ଡ୍ରାଇଭ କରାଯାଇଛି। ସପ୍ତାହ ମଧ୍ୟରେ ପୁଲିସ ୧୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୭୩ ମୋବାଇଲ ଜବତ କରିଛି।  ଏବେବି ଆହୁରି ଅଧିକ ଗ୍ୟାଙ୍ଗ ସହର ଭିତରେ ଅପରେଟ୍‌ କରୁଥିବା ପୁଲିସ କମିଶନର ସୂଚନା ଦେଇଛନ୍ତି।

 

Related story