ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହେଲେ ୧୯ ବରିଷ୍ଠ ଓଏଏସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ)ର ୧୯ଜଣ ବରିଷ୍ଠ ଅଧିକାରୀ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। କେନ୍ଦ୍ର ଲୋକସେବା ଆୟୋଗଙ୍କ ଦ୍ୱାରା ଆୟୋଜିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ବରିଷ୍ଠ ଓଏଏସମାନଙ୍କୁ ୨୦୧୯ ମସିହାର ଆଇଏଏସ୍ କ୍ୟାଡ଼ରର ‘ସିଲେକ୍ଟ ଲିଷ୍ଟ’ରେ ସାମିଲ କରାଯାଇଛି। ୨୦୧୯ ଜାନୁୟାରୀ ୧ରୁ ଡିସେମ୍ବର ୩୧ତାରିଖ ମଧ୍ୟରେ ଖାଲି ପଡ଼ିଥିବା ଆଇଏଏସ୍ ପଦବୀରେ ଏହି ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି। […]

Sachivalaya

Ordigital Desk
  • Published: Friday, 26 March 2021
  • , Updated: 26 March 2021, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ)ର ୧୯ଜଣ ବରିଷ୍ଠ ଅଧିକାରୀ ଆଇଏଏସ୍ ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

କେନ୍ଦ୍ର ଲୋକସେବା ଆୟୋଗଙ୍କ ଦ୍ୱାରା ଆୟୋଜିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ବରିଷ୍ଠ ଓଏଏସମାନଙ୍କୁ ୨୦୧୯ ମସିହାର ଆଇଏଏସ୍ କ୍ୟାଡ଼ରର ‘ସିଲେକ୍ଟ ଲିଷ୍ଟ’ରେ ସାମିଲ କରାଯାଇଛି। ୨୦୧୯ ଜାନୁୟାରୀ ୧ରୁ ଡିସେମ୍ବର ୩୧ତାରିଖ ମଧ୍ୟରେ ଖାଲି ପଡ଼ିଥିବା ଆଇଏଏସ୍ ପଦବୀରେ ଏହି ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି। ଯେଉଁ ଓଏଏସମାନଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ମିଳିଛି, ସେମାନେ ହେଲେ ଗଣେଶ ଚନ୍ଦ୍ର ପାତ୍ର, ଶଶଧର ନାୟକ, ବିକାଶ ଚନ୍ଦ୍ର ମହାପାତ୍ର, ବ୍ରତତୀ ହରିଚନ୍ଦନ, ମନୋଜ କୁମାର ପଟ୍ଟନାୟକ, ସଦାନନ୍ଦ ନାୟକ, ମେରି ଲାକ୍ରା, ଦୟାନିଧି ନାୟକ, ଶ୍ରୀନିବାସ ବେହେରା, ଯୁଧିଷ୍ଠିର ନାୟକ, ଉଦୟ ନାରାୟଣ ଦାସ, ସୁଜାତା ସାହୁ, ଗଙ୍ଗାଧର ସାହୁ, ଅଶ୍ୱିନୀ କୁମାର ମିଶ୍ର, ରାମାଶୀଷ ହଜରା, ସୁଶାନ୍ତ କୁମାର ମହାନ୍ତି, ଜ୍ୟୋତିପ୍ରକାଶ ଦାସ, ସୀତାଂଶୁ କୁମାର ରାଉତ ଓ କୃଷ୍ଣପ୍ରସାଦ ପାଟିଲଙ୍କୁ ପଦୋନ୍ନତି ମିଳିଛି।

Related story