ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ରର ନିଷ୍ପତ୍ତି

ନୂଆଦିଲ୍ଲୀ: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ NINLରେ ଥିବା ୬ଟି ଅଂଶୀଦାରଙ୍କ ପୁଞ୍ଜି ପ୍ରତ୍ୟାହୃତ ହେବ। MMTC, ମେକନ ଆଦି ୬ଟି ଅଂଶୀଦାର ପୁଞ୍ଜି ପ୍ରତ୍ୟାହାର କରିବେ। ନିଲାମୀ ଜରିଆରେ ନୂଆ ଅଂଶୀଦାର NINLରେ ସାମିଲ ହେବେ। ଏହାଦ୍ୱାରା ନୀଳାଚଳ ଇସ୍ପାତର ରୂପ ବଦଳିବ ଓ ରୋଜଗାର […]

bjp

Tapaswini Nayak
  • Published: Wednesday, 08 January 2020
  • , Updated: 08 January 2020, 02:38 PM IST

ନୂଆଦିଲ୍ଲୀ: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ NINLରେ ଥିବା ୬ଟି ଅଂଶୀଦାରଙ୍କ ପୁଞ୍ଜି ପ୍ରତ୍ୟାହୃତ ହେବ। MMTC, ମେକନ ଆଦି ୬ଟି ଅଂଶୀଦାର ପୁଞ୍ଜି ପ୍ରତ୍ୟାହାର କରିବେ। ନିଲାମୀ ଜରିଆରେ ନୂଆ ଅଂଶୀଦାର NINLରେ ସାମିଲ ହେବେ। ଏହାଦ୍ୱାରା ନୀଳାଚଳ ଇସ୍ପାତର ରୂପ ବଦଳିବ ଓ ରୋଜଗାର ମଧ୍ୟ ବଢ଼ିବ ବୋଲି ଜାଭଡ଼େକର କହିଛନ୍ତି। ଏହା ସହ ସଂଶୋଧିତ ଖଣିଜ ଆଇନ ଅଧ୍ୟାଦେଶକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି।

Related story