ଆସିକା(ମନୋଜ ମୁନି): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ କୁଶରାବ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶୌଚ ହେବାକୁ ଯାଇ ଜଣେ ଛାତ୍ର ନାଳରେ ବୁଡ଼ି ଯାଇଛନ୍ତି। ତାଙ୍କ ନାଁ ଜିତେନ୍ଦ୍ର କୁମାର ଗୌଡ଼। ସେ ନବମ ଶ୍ରେଣୀର ଛାତ୍ର ଥିଲେ।
ଆଜି ସକାଳେ ଜିତେନ୍ଦ୍ର ଡିଆଁଶଙ୍ଖ ନାଳକୁ ଶୌଚ ହେବାକୁ ଯାଇଥିଲେ। ହେଲେ ନାଳରେ ପାଦ ଖସିଯିବାରୁ ସେ ବୁଡ଼ି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଧରାକୋଟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଏଥିସହ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି।