ଖଣି ନିଲାମ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥିବା ୭୦ ପ୍ରତିଶତ ଖଣି ନିଲାମ ନ କରି ରାଜ୍ୟ ସରକାର ନିଜ ପାଖରେ ରଖନ୍ତୁ । କାରଣ ଏଭଳି ନ କଲେ ରାଜ୍ୟକୁ କୌଣସି ବଡ଼ ଇସ୍ପାତ କାରଖାନା ଆସିବ ନାହିଁ । ଫଳରେ ରାଜ୍ୟର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯିବ। ଖଣି ନିଲାମ ପ୍ରସଙ୍ଗକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଏଭଳି ଭାବେ  ପରାମର୍ଶ ଦେଇଛନ୍ତି । ତାଙ୍କ କହିବାନୁଯାୟୀ, ବର୍ତ୍ତମାନ ସମୟରେ ରାଜ୍ୟ ସବୁଠାରୁ […]

NIRANJAN-1..

Niharika Rout
  • Published: Monday, 07 October 2019
  • , Updated: 07 October 2019, 09:14 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥିବା ୭୦ ପ୍ରତିଶତ ଖଣି ନିଲାମ ନ କରି ରାଜ୍ୟ ସରକାର ନିଜ ପାଖରେ ରଖନ୍ତୁ । କାରଣ ଏଭଳି ନ କଲେ ରାଜ୍ୟକୁ କୌଣସି ବଡ଼ ଇସ୍ପାତ କାରଖାନା ଆସିବ ନାହିଁ । ଫଳରେ ରାଜ୍ୟର ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯିବ। ଖଣି ନିଲାମ ପ୍ରସଙ୍ଗକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଏଭଳି ଭାବେ  ପରାମର୍ଶ ଦେଇଛନ୍ତି ।

ତାଙ୍କ କହିବାନୁଯାୟୀ, ବର୍ତ୍ତମାନ ସମୟରେ ରାଜ୍ୟ ସବୁଠାରୁ ଅଧିକ ରାଜସ୍ୱ  ଖଣିରୁ ପାଉଛି । ତେଣୁ ଏହାକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ଆବଶ୍ୟକ ସ୍ଥଳେ ଓଡ଼ିଶା ଖଣି ନିଗମ ଭଳି ଅନ୍ୟ ଏକ ନିଗମ ମଧ୍ୟ ଗଠନ କରିବା ଜରୁରୀ ବୋଲି ସେ ମତ ରଖିଛନ୍ତି ।

କିଛିଦିନ ତଳେ ରାଜ୍ୟ ସରକାର ରାଜ୍ୟର ୧୦ରୁ ଅଧିକ ଖଣି ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ନିକଟରେ ଖଣି ରହିଛି ଓ ନିରଞ୍ଜନ ହେଉଛନ୍ତି ଖଣି ମାଲିକ । ତେଣୁ ସେ ଏଭଳି କହୁଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ତଥା ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

Related story