ଓଡ଼ିଶାର ମାଉଣ୍ଟେନ୍‌ ମ୍ୟାନଙ୍କୁ ପ୍ରଶଂସାରେ ପୋତି ପକାଇଲେ ନିରଞ୍ଜନ

କେନ୍ଦୁଝର(ପ୍ରଣୟ ପାଣି): ଆପଣ ବଲିଉଡ୍‌ ଫିଲ୍ମ ‘ମାଂଝି ଦ ମାଉଣ୍ଟେନ୍‌ ମ୍ୟାନ’ ଦେଖିଥିବେ। ଦଶରଥ ମାଂଝି ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଏହି ଫିଲ୍ମ ଆଧାରିତ। ସେ ଗୋଟେ ବିଶାଳ ପାହାଡ଼କୁ ଏକାକି ଖୋଳି ସମସ୍ତଙ୍କ ପାଇଁ ରାସ୍ତା ତିଆରି କରିଥିଲେ। ଫିଲ୍ମରେ ମାଂଝି ଚରିତ୍ରରେ ନଜର ଆସିଥିଲେ ଅଭିନେତା ନୱାଜୁଦିନ୍ ସଦ୍ଦିକି। ତେବେ ଏହି ମାଂଝୀଙ୍କ ଭଳି ଜଣେ ବ୍ୟକ୍ତି ଆମ ରାଜ୍ୟରେ ମଧ୍ୟ ଅଛନ୍ତି।ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବୈତରଣୀ ଗାଁର […]

3

Rakesh Mallick
  • Published: Sunday, 24 June 2018
  • , Updated: 24 June 2018, 06:09 PM IST

କେନ୍ଦୁଝର(ପ୍ରଣୟ ପାଣି): ଆପଣ ବଲିଉଡ୍‌ ଫିଲ୍ମ ‘ମାଂଝି ଦ ମାଉଣ୍ଟେନ୍‌ ମ୍ୟାନ’ ଦେଖିଥିବେ। ଦଶରଥ ମାଂଝି ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଏହି ଫିଲ୍ମ ଆଧାରିତ। ସେ ଗୋଟେ ବିଶାଳ ପାହାଡ଼କୁ ଏକାକି ଖୋଳି ସମସ୍ତଙ୍କ ପାଇଁ ରାସ୍ତା ତିଆରି କରିଥିଲେ। ଫିଲ୍ମରେ ମାଂଝି ଚରିତ୍ରରେ ନଜର ଆସିଥିଲେ ଅଭିନେତା ନୱାଜୁଦିନ୍ ସଦ୍ଦିକି। ତେବେ ଏହି ମାଂଝୀଙ୍କ ଭଳି ଜଣେ ବ୍ୟକ୍ତି ଆମ ରାଜ୍ୟରେ ମଧ୍ୟ ଅଛନ୍ତି।ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବୈତରଣୀ ଗାଁର ୭୦ବର୍ଷୀୟ ଦୈତାରୀ ନାୟକ। ଗାଁର ଟାଙ୍ଗରା ଭୂଇଁକୁ ଜଳସେଚନ କରିବା ଲାଗି ୪ ବର୍ଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ୩ କିଲେମିଟର ଲମ୍ବର ଏକ କେନାଲ ଖୋଳିଛନ୍ତି ଦୈତାରୀ। ଏଥିପାଇଁ ତାଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶଂସା କରିଛନ୍ତି।

ନିକଟରେ କେନ୍ଦୁଝର ଯାଇ ଦୈତାରୀ ଏବଂ ତାଙ୍କ ପତ୍ନୀଙ୍କୁ ଭେଟିଥିଲେ ନିରଞ୍ଜନ। ଏହି ଅନୁଭୂତିକୁ ସେ ଟ୍ୱିଟ କରି ଜଣାଇଛନ୍ତି। ସେ ଲେଖିଛନ୍ତି, “ଦୈତାରୀ ଏବଂ ତାଙ୍କ ଧର୍ମ ପତ୍ନୀଙ୍କୁ ଭେଟିଲି। ବିକାଶର ଅନୁପସ୍ଥିତିରେ ଜଣେ ଏକାକୀ ମଣିଷ ପାହାଡ କାଟି ୩ କିଲୋମିଟର କେନାଲ ଖୋଳିଛନ୍ତି। ଏଥିପାଇଁ ମୁଁ ତାଙ୍କ ପ୍ରତିବଦ୍ଧତା ସାଲ୍ୟୁଟ୍‌ କରୁଛି।”

କେଉଁଠୁ ଆସିଲା ଏମିତି ଚନ୍ତାଧାରା

ସୂଚନା ଅନୁଯାୟୀ, ଚାଷ ଉପରେ ନିର୍ଭର କରି ଚଳୁଥିବା ଦୈତାରୀଙ୍କ ଜମିକୁ ଜଳ ସେଚନର ସୁବିଧା ନଥିଲା। କେମିତି ଜମିରେ ଜଳସେଚନର ସୁବିଧା କରିବେ ସେଇ ଚିନ୍ତାରେ ସେ ଥିଲେ। ଦିନେ ତାଙ୍କ ନଜରକୁ ଆସିଥିଲା ସ୍ଥାନୀୟ ଗୋନାସିକା ପାହାଡ଼। ଏହି ପାହଡରୁ ବୋହି ଆସିଥିବା କରତକଟା ନାଳକୁ ୩ କିଲୋମିଟର ଦୂର ନିଜ ଜମିକୁ ନେବା ପାଇଁ ସେ ପଣ କରିଥିଲେ। ଆଉ ଏହି ଲକ୍ଷ୍ୟରେ ନିଜେ କୋଦାଳ ଓ ଶାବଳ ଧରି ଆରମ୍ଭ କରିଥିଲେ କେନାଲ ଖୋଳା। ସେ ୧୯୯୭ରୁ କେନାଲ ଖୋଲା କାମ ଆରମ୍ଭ କରିଥିଲେ ଯାହା ୨୦୦୧ରେ ଶେଷ ହୋଇଥିଲା। ଦୀର୍ଘ ୪ ବର୍ଷର ଅକ୍ଲାନ୍ତ ପରିଶ୍ରମର ଶେଷରେ ଫଳ ମିଳିଥିଲା। ଆଜି ଏହି କେନାଲ ପାଇଁ ଗାଁକୁ ବର୍ଷ ତମାମ ପାଣି ଆସୁଛି ଯାହାଦ୍ୱାରା ବୈତରଣୀ ଗାଁର ପ୍ରାୟ ୧୦୦ ଏକରରୁ ଅଧିକ ଜମି ଜଳସେଚନ ହୋଇ ପାରୁଛି।

Related story