ମୂଷାଙ୍କୁ ନେଇ ନବୀନ କରୁଛନ୍ତି ରାଜନୀତି: ନିରଞ୍ଜନଙ୍କ ଆର୍ଟିକିଲକୁ ନେଇ ଝଡ଼

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଆର୍ଟିକିଲକୁ ନେଇ ପୁଣି ଝଡ଼ ଉଠିଛି। ଏଥର ବିଜେଡି ନେତାଙ୍କ ଆର୍ଟିକିଲ ନୁହେଁ। କଂଗ୍ରେସ ନେତାଙ୍କ ଆର୍ଟିକିଲକୁ ନେଇ ଏହି ଝଡ଼ ଉଠିଛି। ଆଉ ଆର୍ଟିକିଲଟି ଲେଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ସେ ନବୀନଙ୍କ ଶାସନକୁ ଆମ୍ବାସଡର କାର ଶାସନ କହିବା ସହ ଦଳୀୟ ନେତାଙ୍କୁ ମୂଷା ବୋଲି ଆକ୍ଷେପ କରିଛନ୍ତି। ଏକ ପ୍ରତିଷ୍ଠିତ ଖବରକାଗଜରେ ‘ନବୀନ ବାବୁଙ୍କ ଆମ୍ବାସଡର କାର ଶାସନ’ ଶୀର୍ଷକରେ ନିରଞ୍ଜନ ଲେଖିଥିବା ଆର୍ଟିକିଲ ଏବେ […]

niranjan

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 07:49 PM IST

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଆର୍ଟିକିଲକୁ ନେଇ ପୁଣି ଝଡ଼ ଉଠିଛି। ଏଥର ବିଜେଡି ନେତାଙ୍କ ଆର୍ଟିକିଲ ନୁହେଁ। କଂଗ୍ରେସ ନେତାଙ୍କ ଆର୍ଟିକିଲକୁ ନେଇ ଏହି ଝଡ଼ ଉଠିଛି। ଆଉ ଆର୍ଟିକିଲଟି ଲେଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ସେ ନବୀନଙ୍କ ଶାସନକୁ ଆମ୍ବାସଡର କାର ଶାସନ କହିବା ସହ ଦଳୀୟ ନେତାଙ୍କୁ ମୂଷା ବୋଲି ଆକ୍ଷେପ କରିଛନ୍ତି।

ଏକ ପ୍ରତିଷ୍ଠିତ ଖବରକାଗଜରେ ‘ନବୀନ ବାବୁଙ୍କ ଆମ୍ବାସଡର କାର ଶାସନ’ ଶୀର୍ଷକରେ ନିରଞ୍ଜନ ଲେଖିଥିବା ଆର୍ଟିକିଲ ଏବେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ସେ ଆର୍ଟିକିଲରେ ଉଲ୍ଲେଖ କରିଛନ୍ତି, ଯିଏ ମୂଷା ହେବ ସିଏ ବିଜେଡିର ରହିବ। ଯିଏ ସିଂହ ହେଲା ସେ ଅପଦସ୍ଥ ହେବ। ନବୀନ ବାବୁଙ୍କ ମାନସିକତା ଓ ରାଜନୀତି ହେଲା ମୂଷାମାନଙ୍କ ସହ ଦଳ ଗଠନ କରିବା। ଯେଉଁମାନେ ସିଂହ କିମ୍ବା ସିଂହ ହେବାର ଅଭିଳାଶା ରଖିଛନ୍ତି ସେମାନଙ୍କର ରାଜନୀତିରେ ସ୍ଥାନ ନାହିଁ। ଯେଉଁମାନେ ରହିଲେ ସେମାନେ ମୂଷା ହୋଇ ରହିଲେ।

ଆର୍ଟିକିଲରେ ସେ ସାଂସଦ ତଥାଗତ ଶତପଥୀ, ଭର୍ତ୍ତୃହରି ମହତାବ ଓ କଳିକେଶ ସିଂହଦେଉଙ୍କ ଉଦାହରଣ ଦେଇଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଓଡିଶାର ମଧ୍ୟବିତ୍ତ ଲୋକେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିକୋଣରୁ ବୁଦ୍ଧି ଓ ବିବେକ ଲଗାଇ ବ୍ୟକ୍ତିଗତ ସ୍ୱାର୍ଥ ଛାଡି ସାମୂହିକ ସ୍ୱାର୍ଥ କଥା ଭାବିବେ ଓ ନବୀନ ବାବୁଙ୍କ ଆମ୍ବାସଡର ଛାଡି କୌଣସି ବିକଳ୍ପକୁ ଭୋଟ ଦେବେ।

ଅନ୍ୟପକ୍ଷରେ ନିରଞ୍ଜନଙ୍କ ଆର୍ଟିକିଲକୁ ନେଇ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି,“ସେ (ନିରଞ୍ଜନ) ତାଙ୍କ ଦଳ କଥା ବୁଝନ୍ତୁ। ଆମ ଦଳ କଥା ଆମେ ବୁଝୁଛୁ। ନିରଞ୍ଜନଙ୍କର ବିଜେଡି ସାଙ୍ଗଠନିକ ବିଷୟରେ କିଛି ଅଭିଜ୍ଞତା ନାହିଁ।”

Related story