ନିର୍ବାଚନରେ ହିଂସା ବୃଦ୍ଧି ପ୍ରତିବାଦରେ ବିଜେପର କଟକ ଡିଜିପି ଅଫିସ ଘେରାଉ

କଟକ: ରାଜ୍ୟରେ ବୃଦ୍ଧି ପାଇଥିବା ନିର୍ବାଚନୀ ହିଂସା ପ୍ରତିବାଦରେ ଅଜି ବିଜେପି ପକ୍ଷରୁ କଟକ ଡିଜି ଅଫିସ୍‌ ଘେରାଉ କରାଯାଇଛି। ଘେରାଉ ବେଳେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେପି ନେତା ସମୀର ଦେଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଡିଜିପି ଅଫିସ ଘେରାଉ କରିଥିଲେ। ସମୀର କହିଛନ୍ତି,“ତୃତୀୟ ମହଲାର ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଓ ପୋଲିସ ଆତଙ୍କ ସୃଷ୍ଟି କରୁଛନ୍ତି। ଆମେ ଜିତୁ ଥିବାରୁ ଆକ୍ରୋଶ ମୂଳକ ଭାବେ ବିଜେପି କର୍ମୀ […]

bjp

Rakesh Mallick
  • Published: Tuesday, 21 February 2017
  • , Updated: 21 February 2017, 06:45 PM IST

କଟକ: ରାଜ୍ୟରେ ବୃଦ୍ଧି ପାଇଥିବା ନିର୍ବାଚନୀ ହିଂସା ପ୍ରତିବାଦରେ ଅଜି ବିଜେପି ପକ୍ଷରୁ କଟକ ଡିଜି ଅଫିସ୍‌ ଘେରାଉ କରାଯାଇଛି। ଘେରାଉ ବେଳେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେପି ନେତା ସମୀର ଦେଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଡିଜିପି ଅଫିସ ଘେରାଉ କରିଥିଲେ।

ସମୀର କହିଛନ୍ତି,“ତୃତୀୟ ମହଲାର ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଓ ପୋଲିସ ଆତଙ୍କ ସୃଷ୍ଟି କରୁଛନ୍ତି। ଆମେ ଜିତୁ ଥିବାରୁ ଆକ୍ରୋଶ ମୂଳକ ଭାବେ ବିଜେପି କର୍ମୀ ଓ ନେତାଙ୍କୁ ବାଢଉଛନ୍ତି, କେସ୍‌ ଦେଉଛନ୍ତି ଓ ଘର ଲୁଟ୍‌ କରୁଛନ୍ତି। ଏହାର ପ୍ରତିବାଦରେ ଆଜି ଆମେ ଡିଜିପି ଅଫିସ୍‌ ଘେରାଉ କରିବାକୁ ଆସି ସତର୍କ କରାଇ ଦେଇଛୁ। ଏହା କେବଳ ଟ୍ରେଲର, ଅଗକୁ ପ୍ରତିବାଦକୁ ଆହୁରି ତିବ୍ର କରାଯିବ। ୨୦୧୯ରେ ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଛି। ଜିଲ୍ଲା ଓ ପୋଲିସ ପ୍ରଶାସନ ଏବେଠାରୁ ସତର୍କ ହୋଇଯିବା ଉଚିତ। ଆମେ ଘେରାଉ କରିବୁ ବୋଲି ଆଗରୁ ଡିଜିପିଙ୍କୁ କହିଥିଲୁ। ହେଲେ ସେ ଆମକୁ ଦେଖା ନ ଦେଇ ଲୁଚିଲେ।”

ସେ କହିଛନ୍ତି,“ଯେଉଁ ବିଜେଡି କର୍ମୀ ଗଣ୍ଡଗୋଳ କରିଛନ୍ତି ସେମାନଙ୍କୁ ଗିରଫ କରି ନିଜେ ନିରପେକ୍ଷ ରହିବାକୁ ଆମେ ପୋଲିସକୁ ସତର୍କ କରାଇ ଦେଇଛୁ। ନ ହେଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ। ସେଥିପାଇଁ ଡିଜି ଅଫିସ ଦାୟୀ ରହିବ।”

Related story