ନିର୍ବାଚନୀ ହିଂସା: କଟକରେ ଜଣେ ମୃତ

କଟକ: ନିଆଳି ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଥିରେ ଆହତ ହୋଇ କଟକ ବଡ଼ ମେଡିକାଲ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ନିଆଳି ବ୍ଲକ କପାସି ପଞ୍ଚାୟତର ପୋଦନା ଗାଁରେ ଦୁଇ ରାଜନୈତିକ ଦଳ ମୁହାଁମୁହିଁ ହୋଇଥିଲେ। କଂଗ୍ରେସର ପୂର୍ବତନ ବିଧାୟକ ରବି ମଲ୍ଲିକ ଓ ତାଙ୍କ ଦୁଇ ସମର୍ଥକଙ୍କ କାରକୁ ପୋଡି ଦିଆଯାଇଥିଲା। ସେହିପରି କିଛି ବ୍ୟକ୍ତିଙ୍କ ଘରେ ଭଙ୍ଗାରୁଜା ହୋଇଥିଲା। […]

ctc1

Rakesh Mallick
  • Published: Tuesday, 14 February 2017
  • , Updated: 14 February 2017, 06:39 PM IST

କଟକ: ନିଆଳି ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଥିରେ ଆହତ ହୋଇ କଟକ ବଡ଼ ମେଡିକାଲ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି।

ଗତକାଲି ବିଳମ୍ବିତ ରାତିରେ ନିଆଳି ବ୍ଲକ କପାସି ପଞ୍ଚାୟତର ପୋଦନା ଗାଁରେ ଦୁଇ ରାଜନୈତିକ ଦଳ ମୁହାଁମୁହିଁ ହୋଇଥିଲେ। କଂଗ୍ରେସର ପୂର୍ବତନ ବିଧାୟକ ରବି ମଲ୍ଲିକ ଓ ତାଙ୍କ ଦୁଇ ସମର୍ଥକଙ୍କ କାରକୁ ପୋଡି ଦିଆଯାଇଥିଲା। ସେହିପରି କିଛି ବ୍ୟକ୍ତିଙ୍କ ଘରେ ଭଙ୍ଗାରୁଜା ହୋଇଥିଲା। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଛି।

Related story