୬ ବର୍ଷର କୁନି ଝିଅକୁ ଘୋଡ଼ା ଇଞ୍ଜେକ୍‌ସନ୍ ଦେଇ ପଶୁ ପାଲଟିଗଲେ

ନୂଆଦିଲ୍ଲୀ: ୬ ବର୍ଷର କୁନି ଝିଅ। ଦୁନିଆ ସମ୍ପର୍କରେ ଠିକ୍‌ ଭାବେ କିଛି ଜାଣିନାହିଁ। ଖେଳିବା ଓ ପାଠପଢ଼ିବା ବୟସରେ ହେଲା ବଳାତ୍କାରର ଶିକାର। ଜଣେ ଯୌନ ରାକ୍ଷସ କୁନି ଝିଅକୁ ଏକ ନିଛାଟିଆ ଜାଗାରେ ଘୋଡ଼ା ଇଞ୍ଜେକସନ୍‌ ଦେଇ କରିଥିଲା ୩ ଥର ବଳାତ୍କାର। ପରେ ଧରା ପଡ଼ିଯିବା ଭୟରେ କୁନି ଝିଅର ଗଳାକୁ ଅତି ନିର୍ମମ ଭାବେ କାଟି ହତ୍ୟା କରିଥିଲା। ଏପରି ଲୋମହର୍ଷଣକାରୀ ଘଟଣା ହରିଆଣାରେ ଘଟିଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ଦେବୀ […]

rape

Rakesh Mallick
  • Published: Thursday, 07 June 2018
  • , Updated: 07 June 2018, 11:51 AM IST

ନୂଆଦିଲ୍ଲୀ: ୬ ବର୍ଷର କୁନି ଝିଅ। ଦୁନିଆ ସମ୍ପର୍କରେ ଠିକ୍‌ ଭାବେ କିଛି ଜାଣିନାହିଁ। ଖେଳିବା ଓ ପାଠପଢ଼ିବା ବୟସରେ ହେଲା ବଳାତ୍କାରର ଶିକାର। ଜଣେ ଯୌନ ରାକ୍ଷସ କୁନି ଝିଅକୁ ଏକ ନିଛାଟିଆ ଜାଗାରେ ଘୋଡ଼ା ଇଞ୍ଜେକସନ୍‌ ଦେଇ କରିଥିଲା ୩ ଥର ବଳାତ୍କାର। ପରେ ଧରା ପଡ଼ିଯିବା ଭୟରେ କୁନି ଝିଅର ଗଳାକୁ ଅତି ନିର୍ମମ ଭାବେ କାଟି ହତ୍ୟା କରିଥିଲା। ଏପରି ଲୋମହର୍ଷଣକାରୀ ଘଟଣା ହରିଆଣାରେ ଘଟିଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ଦେବୀ (୪୦)କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ହରିଆଣାର ପୂର୍ବତନ ମନ୍ତ୍ରୀ ନିର୍ମଳ ସିଂହଙ୍କ ବେଲଗଡ଼ ସ୍ଥିତ ଘୋଡ଼ା ଫାର୍ମରେ କାମ କରନ୍ତି ଦେବୀ। ସେ ସେଠାରେ ରହୁଥିବା ସମୟରେ କୁନି ଝିଅର ବାପାଙ୍କ ପାଖକୁ ଯିବା ଆସିବା କରନ୍ତି। ଏପରିକି ଉଭୟଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ଼ ଥିଲା। ସେହି ଦୃଷ୍ଟିରୁ କୁନି ଝିଅଟି ଦେବୀଙ୍କୁ ଚିହ୍ନିଥିଲା। ଏହାର ସୁଯୋଗ ନେଇ ଦେବୀ ତା’ ଜୀବନ ସହିତ ଖେଳିଥିଲା।

ଗତ ୨ ତାରିଖ ମଧ୍ୟାହ୍ନରେ ଝିଅଟିର ବାପା ନଦୀକୁ ମାଛ ଧରିବାକୁ ଯାଇଥିଲେ। ତାଙ୍କ ପଛେ ପଛେ ୬ ବର୍ଷର ଝିଅ ଚାଲି ଚାଲି ଯାଉଥିଲା। ମାତ୍ର ସାଥୀରେ ନଆସିବାକୁ ବାପା କହିଥିଲେ। ସେଥିପାଇଁ କୁନି ଝିଅଟି ରାସ୍ତାରେ କାନ୍ଦୁଥିଲେ। ଏହି ସମୟରେ ଦେବୀ ତାକୁ ଦେଖିଥିଲା। ବାପାଙ୍କ ପାଖକୁ ନେଇ ଯିବାର ବାହାନା କରି ସେ ଝିଅଟିକୁ ତା’ ସହିତ ନେଇଯାଇଥିଲା। ସେ କୁନି ଝିଅକୁ ତା’ ବାପାଙ୍କ ପାଖକୁ ନେବା ପରିବର୍ତ୍ତେ ଏକ ଶୂନ୍‌ଶାନ ସ୍ଥାନକୁ ନେଇଯାଇଥିଲା। ସେଠାରେ ତାକୁ ଘୋଡ଼ାକୁ ସୁସ୍ଥ କରିବା ପାଇଁ ଦିଆଯାଉଥିବା Axelazin ଇଞ୍ଜେକସନ୍‌ ଦେଇଥିଲା। ଝିଅଟି ଚେତା ହରାଇବା ପରେ ତାକୁ ୮ ଘଣ୍ଟା ଭିତରେ ୩ ଥର ବଳାତ୍କାର କରିଥିଲା। ପରେ କୁନି ଝିଅର ଚେତା ଫେରିଥିଲା। ଧରାପଡ଼ିଯିବା ଭୟରେ ଦେବୀ ଏକ ଧାରୁଆ ଛୁରିରେ ଅତିନିର୍ମମ ଭାବେ ତା’ର ଗଳା କାଟି ଦେଇଥିଲା।

ଗିରଫ ଦେବୀର ଘର ରାଜସ୍ଥାନର ଜୈସଲ୍‌ମେରରେ। ସେ ଦୀର୍ଘ ୧୧ ବର୍ଷ ଧରି ପୂର୍ବତନ ମନ୍ତ୍ରୀଙ୍କ ଫାର୍ମରେ କାମ କରୁଥିଲା। ଏପରି ଘଟଣାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂହ ମର୍ମାହତ ହୋଇଛନ୍ତି।

Related story