ଏନଆଇଟି ଯୌନ ନିର୍ଯାତନା ମାମଲା: ରିପୋର୍ଟ ପ୍ରଦାନ କଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି

ରାଉରକେଲା: ରାଉରକେଲା ଏନଆଇଟି ଯୌନ ନିର୍ଯାତନା ମାମଲାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଷ୍ଟାଣ୍ଡିଂ କମିଟିକୁ ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି। ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏହି ମାମଲାର ଯାଞ୍ଚ କରିଥିଲା। ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟାରୀ ରାଜେଶ ସିଂ ସୋଲାଙ୍କି ଏନଆଇଟି କ୍ୟାମ୍ପସରେ ପହଞ୍ଚି ଛାତ୍ରଛାତ୍ରୀ, ଅଧ୍ୟାପକ, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଓ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତ୍ତିରାୟଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ […]

nit

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 07:01 PM IST

ରାଉରକେଲା: ରାଉରକେଲା ଏନଆଇଟି ଯୌନ ନିର୍ଯାତନା ମାମଲାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଷ୍ଟାଣ୍ଡିଂ କମିଟିକୁ ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି। ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏହି ମାମଲାର ଯାଞ୍ଚ କରିଥିଲା। ମନ୍ତ୍ରଣାଳୟର ଅଣ୍ଡର ସେକ୍ରେଟାରୀ ରାଜେଶ ସିଂ ସୋଲାଙ୍କି ଏନଆଇଟି କ୍ୟାମ୍ପସରେ ପହଞ୍ଚି ଛାତ୍ରଛାତ୍ରୀ, ଅଧ୍ୟାପକ, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଓ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତ୍ତିରାୟଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ପରେ ତାଙ୍କୁ ବହିଷ୍କାର ଦାବିରେ  ଆନ୍ଦୋଳନ ଜୋର ଧରିଥିଲା। ଏଥିସହ ତାଙ୍କୁ ଗିରଫ ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ।

Related story