ଏନଆଇଟିରେ ନାମଲେଖା ଦ୍ୱନ୍ଦ୍ୱ; କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ନେବ ନିଷ୍ପତ୍ତି

ରାଉରକେଲା: ଆସନ୍ତା ଶିକ୍ଷା ବର୍ଷରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲେଜି ବା ଏନଆଇଟିରେ ନାମଲେଖା ନେଇ ଦେଖାଯାଇଛି ଦ୍ୱନ୍ଦ୍ୱ। ଜେଇଇ ମେନ୍ ଏଣ୍ଟ୍ରାନସ୍ ଏବଂ ଯୁକ୍ତ ଦୁଇ ମାର୍କ ମିଶି ରାଙ୍କ ପ୍ରସ୍ତୁତ ହେବ ନାଁ କେବଳ ଏଣ୍ଟ୍ରାସ ଭିତ୍ତିରେ ଆଡମିଶନ ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇନି। ଏନଆଇଟି ରାଉଲକେଲା କର୍ତ୍ତୃପକ୍ଷ କହିଛନ୍ତି କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରଣାଳୟ ଏନେଇ ତର୍ଜମା କରି ନିଷ୍ପତ୍ତି ନେବେ। ଜେଇଇ ମେନ୍ ପରୀକ୍ଷାର ୬୦ ପ୍ରତିଶତ ଏବଂ […]

NITROURKELA

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 02:56 PM IST

ରାଉରକେଲା: ଆସନ୍ତା ଶିକ୍ଷା ବର୍ଷରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକନୋଲେଜି ବା ଏନଆଇଟିରେ ନାମଲେଖା ନେଇ ଦେଖାଯାଇଛି ଦ୍ୱନ୍ଦ୍ୱ। ଜେଇଇ ମେନ୍ ଏଣ୍ଟ୍ରାନସ୍ ଏବଂ ଯୁକ୍ତ ଦୁଇ ମାର୍କ ମିଶି ରାଙ୍କ ପ୍ରସ୍ତୁତ ହେବ ନାଁ କେବଳ ଏଣ୍ଟ୍ରାସ ଭିତ୍ତିରେ ଆଡମିଶନ ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇନି। ଏନଆଇଟି ରାଉଲକେଲା କର୍ତ୍ତୃପକ୍ଷ କହିଛନ୍ତି କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରଣାଳୟ ଏନେଇ ତର୍ଜମା କରି ନିଷ୍ପତ୍ତି ନେବେ।

ଜେଇଇ ମେନ୍ ପରୀକ୍ଷାର ୬୦ ପ୍ରତିଶତ ଏବଂ ଯୁକ୍ତ ଦୁଇ ପରୀକ୍ଷାର ୪୦ ପ୍ରତିଶତ ମାର୍କସ ଅନୁସାରେ ନାମଲେଖା ହେବ, ନାଁ କେବଳ ଏଣ୍ଟ୍ରାନସ୍ ଜରିଆରେ ହିଁ ଛାତ୍ରଛାତ୍ରୀ ଆଡମିଶନ କରିବେ। ଆଡମିଶନକୁ ନେଇ କ’ଣ ରହିବ ମାପଦଣ୍ଡ। ନିଷ୍ପତ୍ତି ଏବେ ନିର୍ଭର କରୁଛି କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଉପରେ। ଏନଆଇଟି ଆଡମିଶନ୍ ନେଇ ବିଭାଗ ପକ୍ଷରୁ ଗଠିତ ଏକ କମିଟି କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟକୁ ସୁପାରିସ କରିଛି ଯେ ଆଡମିଶନ ପାଇଁ ଯୁକ୍ତ ଦୁଇ ମାର୍କସ ନ ନିଆଯାଇ କେବଳ ଏଣ୍ଟ୍ରାନସ୍ ମାର୍କସ ଅନୁସାରେ ଆଡମିଶନ କରାଯାଉ। ତେବେ କମିଟି ସୁପାରିସକୁ ଏନଆଇଟି କାଉନସିଲ୍ ବୈଠକରେ ଗ୍ରହଣ କରାଯାଇନାହିଁ। କିଛି ଏନଆଇଟି ନିର୍ଦ୍ଦେଶକ ମତ ଦେଇଛନ୍ତି ଯେ ଯୁକ୍ତ ଦୁଇ ମାର୍କସ ମିଶି ରାଙ୍କ ପ୍ରସ୍ତୁତ ହେଉଥିବାରୁ ଏନଆଇଟିରେ ନାମଲେଖାବା ଗ୍ରାମାଞ୍ଚଳର ଝିଅମାନଙ୍କ ପାଇଁ ସୁବିଧା ହେଉଛି। ଏବେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଆଉ ଏକ କମିଟି ଗଠନ କରି ଏହାର ଅନୁଧ୍ୟାନ କରୁଛନ୍ତି।

ଜେଇଇ ମେନ୍ ମାର୍କସ ଏବଂ ଯୁକ୍ତ ଦୁଇ ମାର୍କସକୁ ମିଶାଇ ସିବିଏସଇ ରାଙ୍କ ପ୍ରସ୍ତୁତ କରିଛି। ଏହି ରାଙ୍କ ଅନୁସାରେ ଏନଆଇଟିରେ ବର୍ତ୍ତମାନ ଆଡମିଶନ ହେଉଛି। ତେବେ ଯୁକ୍ତ ଦୁଇ ସ୍ତରରେ ଶୀଘ୍ର ରେଜଲଟ୍ ପ୍ରକାଶ ପାଉନଥିବାରୁ ରାଜ୍ୟ ବୋର୍ଡ ସିବିଏସଇ ପାଖରେ ରେଜଲଟ୍ ସଠିକ୍ ସମୟରେ ଦେଇପାରୁନାହାନ୍ତ। ଫଳରେ ରାଙ୍କ ପ୍ରସ୍ତୁତ କରିବା ସହ କାଉନସେଲିଂ କରିବା ରେ ମଧ୍ୟ ବିଳମ୍ୱ ହେଉଛି।

Related story