ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ପୁରୁଣା ବ୍ରହ୍ମପୁର ସ୍ଥିତ ଗୌଡ଼ ସାହିରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ତାଙ୍କ ନାଁ ଟୁଟୁ ହାତୀ। ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତି ପ୍ରାୟ ସାଢେ ନଅଟା ବେଳେ ଶ୍ରୀଦୁର୍ଗା କ୍ଲଥ୍‌ ଷ୍ଟୋର୍‌ ସମ୍ମୁଖରେ ଥିବା ମଦ ଦୋକାନ ନିକଟରେ ଏହି ଆକ୍ରମଣ ହୋଇଛି।  ତେବେ କିଏ ଓ କାହିଁକି ଏଭଳି […]

murder,,,,,,,,,

Tapaswini Nayak
  • Published: Friday, 17 May 2019
  • , Updated: 17 May 2019, 04:38 PM IST

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ପୁରୁଣା ବ୍ରହ୍ମପୁର ସ୍ଥିତ ଗୌଡ଼ ସାହିରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ତାଙ୍କ ନାଁ ଟୁଟୁ ହାତୀ। ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତି ପ୍ରାୟ ସାଢେ ନଅଟା ବେଳେ ଶ୍ରୀଦୁର୍ଗା କ୍ଲଥ୍‌ ଷ୍ଟୋର୍‌ ସମ୍ମୁଖରେ ଥିବା ମଦ ଦୋକାନ ନିକଟରେ ଏହି ଆକ୍ରମଣ ହୋଇଛି।  ତେବେ କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି, ତାହା ଜଣାପଡ଼ିନାହିଁ।  ବଡ଼ବଜାର ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story