‘ଛାତ୍ରୀମାନେ ଭୋକିଲା ରହିବା ଘଟଣାରେ ଦୋଷୀଙ୍କୁ ଛଡ଼ାଯିବନି’

କରଞ୍ଜିଆ(ଦୀପକ ମହନ୍ତ) : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଠାକୁରମୁଣ୍ଡା ଏସଟିଏସି ଡେଭଲମେଣ୍ଟ(ଏସ୍‌ଏସ୍‌ଡି) ଛାତ୍ରୀ ନିବାସ ହଷ୍ଟେଲର ପ୍ରାୟ ୯୪ ଅନ୍ତେବାସୀ ଭୋକର ଦାଉ ସହି ନ ପାରି ଗତ ରବିବାର ବ୍ଳକ ଅଫିସରେ ନିଜ ଗୁହାରୀ ଜଣାଇଥିଲେ। ଏହି ଘଟଣାକୁ ଗୁରୁତର ସହ ନେଇ ଖୋଳତାଡ଼ ଆରମ୍ଭ କରିଛି  ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି  ବିଭାଗ। ଖୋଦ ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ସ୍କୁଲରେ ପହଞ୍ଚି ପିଲାଙ୍କୁ ଘଟଣା ସମ୍ପର୍କରେ ପଚରାପଚରି କରିଛନ୍ତି। […]

pic

  • Published: Thursday, 27 October 2022
  • , Updated: 27 October 2022, 01:23 PM IST

କରଞ୍ଜିଆ(ଦୀପକ ମହନ୍ତ) : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଠାକୁରମୁଣ୍ଡା ଏସଟିଏସି ଡେଭଲମେଣ୍ଟ(ଏସ୍‌ଏସ୍‌ଡି) ଛାତ୍ରୀ ନିବାସ ହଷ୍ଟେଲର ପ୍ରାୟ ୯୪ ଅନ୍ତେବାସୀ ଭୋକର ଦାଉ ସହି ନ ପାରି ଗତ ରବିବାର ବ୍ଳକ ଅଫିସରେ ନିଜ ଗୁହାରୀ ଜଣାଇଥିଲେ। ଏହି ଘଟଣାକୁ ଗୁରୁତର ସହ ନେଇ ଖୋଳତାଡ଼ ଆରମ୍ଭ କରିଛି  ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି  ବିଭାଗ। ଖୋଦ ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ସ୍କୁଲରେ ପହଞ୍ଚି ପିଲାଙ୍କୁ ଘଟଣା ସମ୍ପର୍କରେ ପଚରାପଚରି କରିଛନ୍ତି। ତାଙ୍କ ସହ କରଞ୍ଜିଆ  ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ବିଡ଼ିଓ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ଏନେଇ ମନ୍ତ୍ରୀ ହେମ୍ବ୍ରମ କହିଛନ୍ତି,  ପିଲାମାନେ ଗତ ରବିବାର ବ୍ଲକ ଅଫିସକୁ ଯାଇ ନିଜ ଦୁଃଖ ଜଣାଇଥିଲେ। ଖବର ପାଇ ତୁରନ୍ତ  ଅଧିକାରୀ ପହଞ୍ଚି ଘଟଣା ବୁଝିବା ସହ ପିଲାଙ୍କ ଖାଇବା ବ୍ୟବସ୍ଥା କରିଥିଲେ। ଏହା ଏକ ସ୍ପର୍ଶକାତର ଘଟଣା। ସ୍କୁଲ ଯାଇ ଘଟଣାର ତଦନ୍ତ କରିଛୁ। ପିଲାମାନେ ଭୟଭୀତ ଥିବା ବେଳେ ବେଶି କିଛି କହିବାକୁ ସାହସ କରୁ ନାହାନ୍ତି। ଯିଏ ବି ଦୋଷୀ ଥିବ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପିଲାମାନେ ଶନିବାର ରାତିରୁ ଖାଇବାକୁ ନ ପାଇ ଭୋକ ଉପାସରେ ଥିବା ଖବରକୁ ଖଣ୍ଡନ କରିଛନ୍ତି କରଞ୍ଜିଆ ଉପଜିଲ୍ଲାପାଳ । ଏନେଇ ସେ  କହିଛନ୍ତି, ରବିବାର ସକାଳେ ସେମାନେ ଜଳଖିଆ ଖାଇଥିଲେ। ଏହାପରେ ଗ୍ୟାସ ସରିଯିବାରୁ ପ୍ରଧାନଶିକ୍ଷକ, ମାଟ୍ରେନ ଗ୍ୟାସ୍‌ ଯୋଗାଡ଼ କରି ଆଣିବାରେ ବିଳମ୍ବ ହେଲା। ଏହାସତ୍ତ୍ୱେ ମଧ୍ୟାହ୍ନ ଦେଢଟା ସୁଦ୍ଧା ରୋଷେଇ ସରିଥିଲା। ହେଲେ ପିଲାମାନେ କାଳେ ଖାଇବାକୁ ପାଇବେନି, ଭୋକିଲା ରହିବେ ତାହା ଭାବି ଭୟଭୀତ ହୋଇ ପଡ଼ିଥିଲେ। ତେଣୁ ସେମାନେ କାନ୍ଦି କାନ୍ଦି ବ୍ଲକ ଅଫିସ ଯାଇ ନିଜ ଗୁହାରୀ ଜଣାଇଥିଲେ। ଆଗକୁ ଯେପରି ଏପରି ଘଟଣା ନ ଘଟେ ସେଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

[caption id="attachment_776976" align="aligncenter" width="650"] ମନ୍ତ୍ରୀ ହଷ୍ଟେଲ ଯାଇ ପିଲାଙ୍କ ସହ ଆଲୋଚନା କରୁଛନ୍ତି।[/caption]

ସୂଚନାଯୋଗ୍ୟ, ଏହି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ନିବାସରେ ୯୪ ଜଣ ଛାତ୍ରୀ ରୁହନ୍ତି। ହଷ୍ଟେଲରେ ଗ୍ୟାସ ସରି ଯାଇଥିବାରୁ ଗତ ଶନିବାର ରାତିରେ ସେମାନଙ୍କୁ କିଛି ଖାଇବାକୁ  ଦିଆଯାଇ ନଥିଲା। ଏହାପରେ ରବିବାର ଦିନ୧୨ଟା ପର୍ଯ୍ୟନ୍ତ ସେମାନେ ଭୋକ ଉପାସରେ ରହିଥିଲେ। ତା’ ପରେ ଆଉ ଭୋକ ସମ୍ଭାଳି ପାରିନଥିଲେ। ତେଣୁ ଦୁଃଖ ଜଣାଇବାକୁ କାନ୍ଦି କାନ୍ଦି ବିଡ଼ିଓଙ୍କ ପାଖକୁ ଯାଇଥିଲେ। ତେବେ  ରବିବାର  ବ୍ଲକ କାର୍ଯ୍ୟାଳୟର ବନ୍ଦ ଥିବାରୁ ପିଲାମାନେ ବ୍ଲକ କାର୍ଯ୍ୟାଳୟର ଗେଟ୍‌ ଆଗରେ ଧାରଣାରେ ବସିଥିଲେ।

ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି  ପିଲାମାନଙ୍କୁ ବୁଝାସୁଝା କରିବା ସହ ଖିଆପିଲା ବ୍ୟବସ୍ଥା କରିଥିଲେ।

ସ୍କୁଲ ତଥା ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ସରକାର ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ  କରି ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ହେଲେ ଅନେକ ସ୍ଥାନରେ ଏହାର କାର୍ଯ୍ୟକାରିତା ଠିକ୍ ଭାବେ ହେଉ ନାହିଁ। ଫଳରେ ପିଲାମାନଙ୍କୁ ଭୋକ ଉପାସରେ ବି ରହିବାକୁ ପଡ଼ୁଛି।

Related story