କୌଣସି ରାଜନେତା ସ୍ୱଚ୍ଛ ନୁହଁନ୍ତି: ନିରଞ୍ଜନ

ଭୁବନେଶ୍ୱର: ନିର୍ବାଚନ ଖର୍ଚ୍ଚକୁ ନେଇ ସବୁ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଛାତିରେ ହାତ ରଖି କେହି ନିଜ ନିର୍ବାଚନ ଖର୍ଚ୍ଚ କଥା କହିପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି- “ପ୍ରାର୍ଥୀ ଯେତିକି ଖର୍ଚ୍ଚ କରେ, ସେତିକି ହିସାବ ଦିଏନି। କଂଗ୍ରେସ, ବିଜେଡି ଓ ବିଜେପି କାହା ପାଖରେ ସ୍ୱଚ୍ଛତା ନାହିଁ। ଯିଏ ବି ରାଜନୀତି କରୁଛି, କେହି ସ୍ୱଚ୍ଛ ନୁହଁନ୍ତି। କଳା ଓ ବେହିସାବ ଟଙ୍କା […]

niranjan

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 02:45 PM IST

ଭୁବନେଶ୍ୱର: ନିର୍ବାଚନ ଖର୍ଚ୍ଚକୁ ନେଇ ସବୁ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଛାତିରେ ହାତ ରଖି କେହି ନିଜ ନିର୍ବାଚନ ଖର୍ଚ୍ଚ କଥା କହିପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି- “ପ୍ରାର୍ଥୀ ଯେତିକି ଖର୍ଚ୍ଚ କରେ, ସେତିକି ହିସାବ ଦିଏନି। କଂଗ୍ରେସ, ବିଜେଡି ଓ ବିଜେପି କାହା ପାଖରେ ସ୍ୱଚ୍ଛତା ନାହିଁ। ଯିଏ ବି ରାଜନୀତି କରୁଛି, କେହି ସ୍ୱଚ୍ଛ ନୁହଁନ୍ତି। କଳା ଓ ବେହିସାବ ଟଙ୍କା ଲଗାଇ ସବୁ କ୍ଷମତାରେ ରହିବାକୁ ଚାହୁଁଛନ୍ତି। ଏଠାରେ ଯିଏ ସତ୍ୟନିଷ୍ଠା ପାଇଁ ଚେଷ୍ଠା କରିବ, ସେ ନିର୍ଘାତ ହାରିବ।”

Related story