ପୋଲ ହୋଇପାରୁନି; ପଦନିପାଳ ଯାଇ କାରଣ ଖୋଜିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଆଳି (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଦ୍ୱୀପାଞ୍ଚଳର ସମସ୍ୟା ବହୁଳ ପଦନିପାଳ ଗାଁର ଅବସ୍ଥା ବୁଲି ଦେଖିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜଗନ୍ନାଥ ପଟେଲ।  ସର୍ବୋଚ୍ଚ ଯନ୍ତ୍ରୀ ନିଜେ ଡଙ୍ଗାରେ କାଣି ନଦୀ ପାର ହୋଇ ପଦନିପାଳ ଯାଇଥିଲେ। ସେଠାରେ ଦୀର୍ଘ ଦିନ ଧରି ପୋଲଟିଏ ପାଇଁ ଦାବି ହୋଇ ଆସୁଥିଲେ ବି କାହିଁକି ପୋଲ ନିର୍ମାଣରେ ସମସ୍ୟା ହେଉଛି ତାର କାରଣ ଖୋଜିବା ସହ ସ୍ଥାନୀୟ ଲୋକ ଓ […]

555

Rakesh Mallick
  • Published: Thursday, 31 May 2018
  • , Updated: 31 May 2018, 02:27 PM IST

ଆଳି (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଦ୍ୱୀପାଞ୍ଚଳର ସମସ୍ୟା ବହୁଳ ପଦନିପାଳ ଗାଁର ଅବସ୍ଥା ବୁଲି ଦେଖିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜଗନ୍ନାଥ ପଟେଲ।  ସର୍ବୋଚ୍ଚ ଯନ୍ତ୍ରୀ ନିଜେ ଡଙ୍ଗାରେ କାଣି ନଦୀ ପାର ହୋଇ ପଦନିପାଳ ଯାଇଥିଲେ। ସେଠାରେ ଦୀର୍ଘ ଦିନ ଧରି ପୋଲଟିଏ ପାଇଁ ଦାବି ହୋଇ ଆସୁଥିଲେ ବି କାହିଁକି ପୋଲ ନିର୍ମାଣରେ ସମସ୍ୟା ହେଉଛି ତାର କାରଣ ଖୋଜିବା ସହ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ।

ସୂଚନା ଅନୁସାରେ ୨୦୦୯ ମସିହାରେ ରାଜ୍ୟ ମାନବଧିକାର କମିଶନ, ପଦନିପାଲ, ଦୈତାରୀପୁର ଓ କଲମଡ଼ା ଶାସନକୁ ସ୍ଥାୟୀ ରାସ୍ତା ସାଙ୍ଗକୁ ପୋଲ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେ  ନିର୍ଦ୍ଦେଶକୁ ୟା ଭିତରେ ୯ ବର୍ଷ ବିତି ଯାଇଥିଲେ ବି ତାହା କେବଳ ଟେଣ୍ଡର ପ୍ରକ୍ରିୟାରେ ସୀମିତ ରହିଛି। କାହିଁକି କାମ ଆରମ୍ଭ ହୋଇପାରୁନି, ସେ ନେଇ ସ୍ଥିତି ଅନୁଧ୍ୟାନ କରିଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ସ୍ଥାନୀୟ ଲୋକେ ମଧ୍ୟ ପୋଲର ଆବଶ୍ୟକତା କଥା ଉଲ୍ଲେଖ କରିଥିଲେ। ଆଳି ବିଧାୟକ ଦେବେନ୍ଦ୍ର ଶର୍ମା ମଧ୍ୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ପଦନିପାଳ ଯାଇଥିଲେ।

Related story