ଜିଲ୍ଲାପାଳଙ୍କୁ ଲଗାମ, ବିନାନୁମତିରେ ଘୋଷଣା କରିପାରିବେନି କଣ୍ଟେନ୍‌ମେଣ୍ଟ୍ ଜୋନ୍‌

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକଡାଉନ୍ ଓ ସଟଡାଉନ୍ ଭଳି ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଆଜି ‘କଣ୍ଟେନମେଣ୍ଟ ଜୋନ୍‌’ ଘୋଷଣା ପାଇଁ ବିଧିବଦ୍ଧ ଗାଇଡଲାଇନ୍ ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୨ତାରିଖରେ ରାଜଧାନୀ ଭୁବନେଶ୍ୱରର ସୂର୍ଯ୍ୟନଗରକୁ ରାଜ୍ୟର ପ୍ରଥମ କରୋନା କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିବାପରେ ଇତିମଧ୍ୟରେ ୧୦ଟି ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇସାରିଲାଣି। ତେବେ ଏଣିକି ସ୍ୱାସ୍ଥ୍ୟ ବିଭାଗର ବିନା ଅନୁମତିରେ କୌଣସି ଅଞ୍ଚଳକୁ ସମ୍ପୃକ୍ତ […]

lockdown_BBSR-750x430

lockdown_BBSR-750x430

Tapas Behera
  • Published: Tuesday, 14 April 2020
  • Updated: 15 April 2020, 09:43 AM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକଡାଉନ୍ ଓ ସଟଡାଉନ୍ ଭଳି ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଆଜି ‘କଣ୍ଟେନମେଣ୍ଟ ଜୋନ୍‌’ ଘୋଷଣା ପାଇଁ ବିଧିବଦ୍ଧ ଗାଇଡଲାଇନ୍ ଜାରି କରିଛନ୍ତି। ରାଜ୍ୟ ସରକାର ଏପ୍ରିଲ ୨ତାରିଖରେ ରାଜଧାନୀ ଭୁବନେଶ୍ୱରର ସୂର୍ଯ୍ୟନଗରକୁ ରାଜ୍ୟର ପ୍ରଥମ କରୋନା କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିବାପରେ ଇତିମଧ୍ୟରେ ୧୦ଟି ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇସାରିଲାଣି। ତେବେ ଏଣିକି ସ୍ୱାସ୍ଥ୍ୟ ବିଭାଗର ବିନା ଅନୁମତିରେ କୌଣସି ଅଞ୍ଚଳକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ କିମ୍ବା ମହାନଗର ନିଗମ କମିଶନର କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ ନାହିଁ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳମାନେ ଆଉ ପୂର୍ବଭଳି ମନଇଚ୍ଛା କୌଣସି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରିବେ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି। ଭୁବନେଶ୍ୱରର ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ଓ ଝାରପଡ଼ା ଅଞ୍ଚଳକୁ ଘୋଷଣା ନକରିବାକୁ ନେଇ ବିଭିନ୍ନ ମହଲରେ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ଆଜି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ସମସ୍ତ ସଚିବ,ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର, ପୌର ଅଧିକାରୀଙ୍କ ସମେତ ପୁଲିସ ଡିଜିି ଓ ପୁଲିସ କମିଶନରଙ୍କୁ ଚିଠି ଲେଖି କଣ୍ଟେନମେଣ୍ଟ ଜୋନ୍ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ସଂକ୍ରମଣ ବ୍ୟାପିବାକୁ ରୋକିବା ଓ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ ପାଇଁ ନିର୍ଦ୍ଦେଶନାମାକୁ ପାଳନ କରିବାକୁ କୁହାଯାଇଛି। ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ରହିଁ କୌଣସି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ। ତେଣୁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବେ। ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ କିମ୍ବା ତାଙ୍କ ଦ୍ୱାରା ଅନୁମୋଦିତ ଅଧିକାରୀଙ୍କ ଅନୁମତିରେ ହିଁ କୌଣସି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ପାଇଁ ବିଜ୍ଞପ୍ତି ଜାରି ହେବ। ତେବେ ଏଥିପାଇଁ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

କଣ୍ଟେନମେଣ୍ଟ ଜୋନକୁ ସମସ୍ତ ଦିଗକୁ ବ୍ୟାରିକେଡ୍ ମାଧ୍ୟମରେ ବନ୍ଦ କରାଯିବ। ଯାହାଫଳରେ ସେହି ଅଞ୍ଚଳକୁ କୌଣସି ଲୋକ ଯିବାଆସିବା କରିପାରିବେ ନାହିଁ। କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପୂର୍ବରୁ ସେହି ଅଞ୍ଚଳରେ ରହୁଥିବା ପରିବାର ସମ୍ପର୍କରେ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯିବ। ଗର୍ଭବତୀ, ବୃଦ୍ଧବୃଦ୍ଧା, ଏକାକୀ ମହିଳା, ଅସୁସ୍ଥ ବ୍ୟକ୍ତି ଓ ଭିନ୍ନକ୍ଷମମାନେ ରହୁଥିବା ପରିବାର ସମ୍ପର୍କରେ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବାପରେ ସେହି ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀ, ଏଏନଏମ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଶିକ୍ଷକମାନେ ଘରକୁ ଘର ବୁଲି ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବେ। ସେମାନଙ୍କର କାର୍ଯ୍ୟକୁ ମେଡିକାଲ ଅଫିସରମାନେ ତଦାରଖ କରିବେ। ଆରଏମଆରସି ଓ ରାଜ୍ୟର ମେଡିକାଲ କଲେଜଗୁଡ଼ିକର ବିଶେଷଜ୍ଞମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡଲାଇନ ଅନୁସାରେ ଏସବୁ ସର୍ଭିଲାନ୍ସ କାର୍ଯ୍ୟ ହେବ। ଯେଉଁମାନଙ୍କ ଦେହରେ ଥଣ୍ଡା,କାଶ,ଜ୍ୱର ଆଦି ଲକ୍ଷଣ ଥିବ ସେମାନଙ୍କର ନମୂନା ସଂଗ୍ରହ କରାଯିବା ସହ ଲକ୍ଷଣ ନଥିବା ବ୍ୟକ୍ତିମାନଙ୍କ ଦେହରୁ ମଧ୍ୟ ନମୂନା ସଂଗ୍ରହ କରିବାକୁ କୁହାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ସେହି ଅଞ୍ଚଳରେ ପ୍ରତ୍ୟେକ ପରିବାରର ଲୋକମାନଙ୍କ ଦ୍ୱାରଦେଶରେ ଉପଲବ୍ଧ କରାଯିବ। ଏଥିପାଇଁ ଜିଲ୍ଲାପାଳ ଓ ମ୍ୟୁନସିପାଲ କମିଶନରମାନେ ପଦକ୍ଷେପ ନେବେ। ସେହି ଅଞ୍ଚଳରେ ରହୁଥିବା ପ୍ରଭାବଶାଳୀ ଓ ମୁଖିଆ ଲୋକମାନଙ୍କର ହ୍ୱାଟସଅପ୍ ନମ୍ବର ସଂଗ୍ରହ କରାଯାଇ ଏକ ଗ୍ରୁପ୍ ଗଠନ ହେବ। ସେଥିରେ ସମ୍ପୃକ୍ତ ଅଞ୍ଚଳରେ ସଂଗ୍ରହ ହେଉଥିବା ନମୂନା, ପରୀକ୍ଷା, ତା’ର ଫଳାଫଳ ଆଦି ସହ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ନିୟମିତ ସୂଚନା ଦିଆଯିବ। ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ସେହି ଅଞ୍ଚଳରେ କରାଯିବ। କେବୁଲ ଟିଭି, ପ୍ରଚାରପତ୍ର ଓ ହ୍ୱାଟସଅପ ମେସେଜ୍ ଓ ମାଇକ୍ ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ବିଭିନ୍ନ ଗତିବିଧି ସମ୍ପର୍କରେ ସୂଚନା ଦିଆଯିବ। ଯଦି ପ୍ରତ୍ୟେକ ପରିବାରର ଦୁଇ ରାଉଣ୍ଡ ସର୍ଭେ ପରେ କୌଣସି ନୂଆ ସଂକ୍ରମଣ ମାମଲା ପଦାକୁ ନଆସେ ତା’ହେଲେ ସ୍ୱାସ୍ଥ୍ୟ ବିଭାଗ ସହ ପରାମର୍ଶ କରି ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନରୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର ବାଦ୍ ଦେଇପାରିବେ।

ସୂଚନାଯୋଗ୍ୟ, ଭୁବନେଶ୍ୱରର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବାବେଳେ ମ୍ୟୁନିସିପାଲଟି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଗତ ଦୁଇଦିନ ତଳେ ଦୁଇଟି ଅଞ୍ଚଳକୁ ଏଥିରୁ ବାଦ୍ ଦେଇଥିଲେ। ସେହିପରି ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ମଧ୍ୟ ବିଭିନ୍ନ ଅଞ୍ଚଳକୁ ବିଭିନ୍ନ ସମୟରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରୁଥିବାର ଦେଖିବାକୁ ମିଳିଛି। ଜିଲ୍ଲାପାଳମାନେ କଟକ, ଗଞ୍ଜାମ, ସୁନ୍ଦରଗଡ଼, କଳାହାଣ୍ଡି, ପୁରୀ, ଯାଜପୁର, ଭ୍ରଦକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story