ମୃତକଙ୍କର ହେବନି କରୋନା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମୃତ ବ୍ୟକ୍ତିଙ୍କର କରୋନା ପରୀକ୍ଷା ହେବନି। ଏଥିନିମନ୍ତେ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଦୁଇଟି କାରଣ ଦର୍ଶାଇ ସରକାର ମୃତ ବ୍ୟକ୍ତିଙ୍କର କରୋନା ଟେଷ୍ଟ୍ ନ କରିବାକୁ କହିଛନ୍ତି। ପ୍ରଥମ-  ଶବ ହସ୍ତାନ୍ତରରେ ହେଉଥିବା ଅହେତୁକ ବିଳମ୍ବକୁ ଏଡ଼ାଇ ଦିଆଯାଇପାରିବ। ଦ୍ୱିତୀୟ- ମୃତକଙ୍କ ପରିବାର ଲୋକଙ୍କୁ ହଇରାଣ ହେବାରୁ ରକ୍ଷା କରାଯାଇପାରିବ। ଏଥିସହିତ ରାଜ୍ୟର ଯେଉଁ ସବୁ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡିକରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି, ସେଠାରେ ପ୍ରାଣ […]

deahth

Niharika Rout
  • Published: Wednesday, 23 September 2020
  • , Updated: 23 September 2020, 10:33 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମୃତ ବ୍ୟକ୍ତିଙ୍କର କରୋନା ପରୀକ୍ଷା ହେବନି। ଏଥିନିମନ୍ତେ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଦୁଇଟି କାରଣ ଦର୍ଶାଇ ସରକାର ମୃତ ବ୍ୟକ୍ତିଙ୍କର କରୋନା ଟେଷ୍ଟ୍ ନ କରିବାକୁ କହିଛନ୍ତି। ପ୍ରଥମ-  ଶବ ହସ୍ତାନ୍ତରରେ ହେଉଥିବା ଅହେତୁକ ବିଳମ୍ବକୁ ଏଡ଼ାଇ ଦିଆଯାଇପାରିବ। ଦ୍ୱିତୀୟ- ମୃତକଙ୍କ ପରିବାର ଲୋକଙ୍କୁ ହଇରାଣ ହେବାରୁ ରକ୍ଷା କରାଯାଇପାରିବ।

ଏଥିସହିତ ରାଜ୍ୟର ଯେଉଁ ସବୁ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡିକରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି, ସେଠାରେ ପ୍ରାଣ ହରାଉଥିବା କରୋନା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଣ୍ଟା ଭିତରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରୋଗୀଙ୍କ ବେଡ୍‌ହେଡ୍‌ ଟିକେଟ, ବିଭିନ୍ନ ନମୁନା ପରୀକ୍ଷା ରିପୋର୍ଟ, କୋଭିଡ୍ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ଏଥିରେ କୁହାଯାଇଛି। ରାଜ୍ୟ ସ୍ତରୀୟ ଡେଥ୍‌ ଅଡିଟ୍ ଉଦ୍ଦେଶ୍ୟରେ ଏଭଳି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ପ୍ରାଣ ହରାଉଥିବା ସମସ୍ତ କୋରନା ରୋଗୀଙ୍କର ମୃତ୍ୟୁର କାରଣ ଜାଣିବା ପାଇଁ ରାଜ୍ୟ ସ୍ତରରେ ଅଡିଟ୍‌ କରାଯିବ।

ଆଡ୍‌ମିଶନ୍ ସମୟରେ ରୋଗୀଙ୍କର ପୂର୍ବରୁ ଥିବା ସମସ୍ତ ରୋଗ ଓ ଲକ୍ଷଣକୁ ରେକର୍ଡ କରିବାକୁ ମଧ୍ୟ ସମସ୍ତ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ ରେକର୍ଡ ସହିତ ରୋଗୀଙ୍କର ବିଭିନ୍ନ ପରୀକ୍ଷା ରିପୋର୍ଟକୁ ରାଜ୍ୟ ସ୍ତରୀୟ କମିଟିରେ ଦାଖଲ କରିବାକୁ କୁହାଯାଇଛି। ରୋଗୀଙ୍କର ଏହିସବୁ ରେକର୍ଡ ଓ ରିପୋର୍ଟ ଦାଖଲ କଲା ବେଳେ ସେମାନଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ନାମ ଓ ତାଙ୍କ ଯୋଗାଯୋଗ ନମ୍ବର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story