୧୦ ଜିଲ୍ଲାର ସହରାଞ୍ଚଳରେ ଶଟଡାଉନ୍ ବେଳେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁ ରାଜ୍ୟବ୍ୟାପୀ ନାଇଟ କର୍ଫ୍ୟୁ ଓ ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲାରେ ସାପ୍ତାହିକ ଶଟଡାଉନ୍ ପାଇଁ ନିଷ୍ପତ୍ତି ନେଇଥିବା ଓଡ଼ିଶା ସରକାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ୧୦ଟି ଜିଲ୍ଲାର ସହରାଂଚଳଗୁଡ଼ିକରେ ପ୍ରତି ଶନିବାର ଓ ରବିବାର ଶଟଡାଉନ୍ ଲାଗୁ ହେଉଥିବାରୁ ଏହି ଦୁଇଦିନ ଧରି କୋଭିଡ୍ ଟିକାକରଣ ହେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ସ୍ୱାସ୍ଥ୍ୟ ବିଭାଗର […]

vaccination

Ordigital Desk
  • Published: Friday, 16 April 2021
  • , Updated: 16 April 2021, 08:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁ ରାଜ୍ୟବ୍ୟାପୀ ନାଇଟ କର୍ଫ୍ୟୁ ଓ ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲାରେ ସାପ୍ତାହିକ ଶଟଡାଉନ୍ ପାଇଁ ନିଷ୍ପତ୍ତି ନେଇଥିବା ଓଡ଼ିଶା ସରକାର ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ୧୦ଟି ଜିଲ୍ଲାର ସହରାଂଚଳଗୁଡ଼ିକରେ ପ୍ରତି ଶନିବାର ଓ ରବିବାର ଶଟଡାଉନ୍ ଲାଗୁ ହେଉଥିବାରୁ ଏହି ଦୁଇଦିନ ଧରି କୋଭିଡ୍ ଟିକାକରଣ ହେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଏବଂ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମର କମିଶନରଙ୍କୁ ଚିଠି ଲେଖି ଆସନ୍ତାକାଲିଠୁ ଏସବୁ ଜିଲ୍ଲାର ସହରାଂଚଳରେ ସାପ୍ତାହିକ ଶଟଡାଉନ୍ ଲାଗୁ ହେଉଥିବାରୁ କୋଭିଡ୍ ଟିକାକରଣକୁ ବାତିଲ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ସମସ୍ତ ସହରାଂଚଳରେ ସାପ୍ତାହିକ ଶଟ୍‌ଡାଉନ୍‌ ବେଳେ ଟିକାକରଣ ବନ୍ଦ ରହିବ। ତେବେ ଜିଲ୍ଲାର ଅନ୍ୟ ଅଂଚଳଗୁଡ଼ିକରେ ଗାଇଡଲାଇନ୍ ଅନୁସାରେ ଟିକାକରଣ ପୂର୍ବଭଳି ଜାରି ରହିବ।

ଆସନ୍ତାକାଲିଠୁ ଯେଉଁ ସବୁ ଜିଲ୍ଲାରେ ସାପ୍ତାହିକ ଶଟଡାଉନ୍ ଲାଗୁ ହେବ ସେଥିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲା ରହିଛି। ଏସବୁ ଜିଲ୍ଲାର ସହରାଂଚଳରେ ପ୍ରତି ଶନିବାର ଓ ରବିବାର ଶଟଡାଉନ୍ ଲାଗୁ ହେବ ଓ ଶଟଡାଉନ୍‌ବେଳେ ଟିକାକରଣ ହେବ ନାହିଁ ।

Related story