ମାଣବସା ଗୁରୁବାରେ ମା’ଙ୍କ ମଥା ଫୁଙ୍ଗୁଳା

ପୁରୀ(ଓଡ଼ିଶା ରିପୋର୍ଟର): ପବିତ୍ର ମାର୍ଗଶୀର ଗୁରୁବାରରେ ମହାଲକ୍ଷ୍ମୀଙ୍କ ମଥାରେ ନାହିଁ ମୁକୁଟ। ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଶ୍ରୀମନ୍ଦିର ମହାଲକ୍ଷ୍ମୀ ମନ୍ଦିରରେ। ମହାଲକ୍ଷ୍ମୀଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ନ ଥିବା ବେଳେ ଶ୍ରୀଅଙ୍ଗରେ ସୁବର୍ଣ୍ଣ ମାଳା ଓ ଆଭୂଷଣ ମଧ୍ୟ ନାହିଁ। ମୁକୁଟ ବା କିରିଟି କିଛି ଦିନ ତଳେ ଭାଙ୍ଗିଯାଇଥିଲା। ତାକୁ ଓଷୁଅ ଲଗାଯାଇ ମସ୍ତକରେ ବିମଣ୍ଡିତ କରାଯାଉଥିଲା। ଏବେ ସଂପୂର୍ଣ୍ଣ ଓଲାଗି ଦିଆଯାଇଥିବାରୁ ସୁବର୍ଣ୍ଣ କିରିଟିର ସମସ୍ୟାକୁ କିଭଳି ଦୂରୀଭୂତ କରାଯିବା ତାହା […]

laxmi

Rakesh Mallick
  • Published: Thursday, 23 November 2017
  • , Updated: 23 November 2017, 05:40 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପବିତ୍ର ମାର୍ଗଶୀର ଗୁରୁବାରରେ ମହାଲକ୍ଷ୍ମୀଙ୍କ ମଥାରେ ନାହିଁ ମୁକୁଟ। ଏଭଳି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଶ୍ରୀମନ୍ଦିର ମହାଲକ୍ଷ୍ମୀ ମନ୍ଦିରରେ। ମହାଲକ୍ଷ୍ମୀଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ନ ଥିବା ବେଳେ ଶ୍ରୀଅଙ୍ଗରେ ସୁବର୍ଣ୍ଣ ମାଳା ଓ ଆଭୂଷଣ ମଧ୍ୟ ନାହିଁ। ମୁକୁଟ ବା କିରିଟି କିଛି ଦିନ ତଳେ ଭାଙ୍ଗିଯାଇଥିଲା। ତାକୁ ଓଷୁଅ ଲଗାଯାଇ ମସ୍ତକରେ ବିମଣ୍ଡିତ କରାଯାଉଥିଲା। ଏବେ ସଂପୂର୍ଣ୍ଣ ଓଲାଗି ଦିଆଯାଇଥିବାରୁ ସୁବର୍ଣ୍ଣ କିରିଟିର ସମସ୍ୟାକୁ କିଭଳି ଦୂରୀଭୂତ କରାଯିବା ତାହା ଉପରେ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।

Related story