ବାଘ ଘରେ ମିରିଗ ନାଟ: ଡାକ୍ତର ନାହାଁନ୍ତି, କମ୍ପାଉଣ୍ଡର ଦେଖୁଛନ୍ତି ରୋଗୀ

Ordigital Desk
  • Published: Saturday, 02 September 2017
  • , Updated: 02 September 2017, 08:42 PM IST
<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଗ୍ରାମାଞ୍ଚଳ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହା ସତ୍ତ୍ୱେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ କୌଣସି ଉନ୍ନତି ଘଟୁ ନାହିଁ। କେଉଁଠି କମ୍ପାଉଣ୍ଡର ରୋଗୀ ସେବା କରୁଛି ତ ଆଉ କେଉଠି କେହି ନାହାନ୍ତି। ରୋଗୀ ପ୍ରତିଦିନ ଡାକ୍ତରଖାନା ଯାଇ ନିରାଶ ହୋଇ ଫେରୁଛନ୍ତି। ଏପରି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।</p> <p>ସୋର ବ୍ଲକ ବାଗୁଡିରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଏହି ଡାକ୍ତରଖାନା ଉପରେ ଆଖପାଖ ଅଞ୍ଚଳର ବହୁ ଲୋକେ ନିର୍ଭର କରିଥାନ୍ତି। ମାତ୍ର ଦୁଃଖର ବିଷୟ ଏଠି ଡାକ୍ତର ନାହାନ୍ତି। କମ୍ପାଉଡ଼ର ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି। ଯେଉଁ ଡାକ୍ତର ଆସୁଛନ୍ତି ସେମାନଙ୍କୁ ଡେପୁଟେସନ୍&zwnj;ରେ ପଠା ଯାଉଛି। ସେମାନେ ମନଇଚ୍ଛା ଆସୁଛନ୍ତି। ଏଠାରେ କେବଳ ଡାକ୍ତର ସମସ୍ୟା ନାହିଁ। ଅନେକ ସମସ୍ୟାରେ ବୁଡ଼ି ରହିଛି ଏହି ଡାକ୍ତରଖାନା। ଡାକ୍ତରଖାନାରେ ଟ୍ୟୁବ୍&zwnj; ଲାଇଟ ଲାଗିଛି। ସ୍ୱୁଇଚ୍&zwnj; ବୋର୍ଡ ମଧ୍ୟ ଲାଗିଛି, ହେଲେ ବିଦ୍ୟୁତ ସଂଯୋଗ ଦିଆଯାଇନି। ସେହିପରି ପାଣି ପାଇଁ ଟ୍ୟାପ ଓ ବେସିନ ବସିଛି। ମାତ୍ର ପାଣି ସଂଯୋଗ ଦିଆଯାଇନି। ପାଣି ନଥିବାରୁ ଡ୍ରେସିଂ କରିବାରେ ଅସୁବିଧା ହେଉଛି।</p> <p>ବାଗୁଡ଼ି ପରି ମାଣିପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ମଧ୍ୟ ସମାନ ରହିଛି। କେବଳ ଜଣେ ଆୟୂଷ ଡାକ୍ତର ଓ ଜଣେ କମ୍ପାଉଣ୍ଡରଙ୍କ ଭରସାରେ ଚାଲିଛି ଡାକ୍ତରଖାନା। ଏଠାକୁ ମଧ୍ୟ ଡାକ୍ତର ନିୟମିତ ଆସୁନଥିବା ଅଭିଯୋଗ ହେଉଛି। ମାତ୍ର ଏଥିପ୍ରତି ପ୍ରଶାସନ ତିଳେ ମାତ୍ର ନଜର ଦେଉ ନାହାନ୍ତି।</p>

Related story