Advertisment

‘ମାଟ୍ରିକ୍‌ ମୂଲ୍ୟାୟନରେ ତ୍ରୁଟି ହୋଇନି, ସ୍କୁଲରୁ ଆସିଥିବା ନମ୍ୱରକୁ ତର୍ଜମା କରି ଦିଆଯାଇଛି’

କଟକ(ଓଡ଼ିଶା ରିପୋର୍ଟର):“ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ। ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା ତର୍ଜମା କରି ଦିଆଯାଇଛି। ୨ଟି ପରୀକ୍ଷା ଓ ୪ ବର୍ଷର ପରଫରମାନ୍ସ ଦେଖି ନମ୍ବର ଦିଆଯାଇଛି। କେତେକ ସ୍କୁଲ ଅଧିକ ନମ୍ବର ଦେଇଥିଲେ, ତର୍ଜମା କରି ନମ୍ବର ଦେଇଛୁ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍ଲାଇନ୍‌ରେ ପରୀକ୍ଷା ଦେଇପାରିବେ।ଯାହା ହୋଇଛି ନିୟମ ଅନୁସାରେ ହୋଇଛି।” ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ବୋର୍ଡ ସଭାପତି ରାମାଶିଷ ହାଜରା। ଗତ ୨୫ ତାରିଖରେ […]

ଅଦ୍ୟତନ ହୋଇଛି
‘ମାଟ୍ରିକ୍‌ ମୂଲ୍ୟାୟନରେ ତ୍ରୁଟି ହୋଇନି, ସ୍କୁଲରୁ ଆସିଥିବା ନମ୍ୱରକୁ ତର୍ଜମା କରି ଦିଆଯାଇଛି’

cuttack

Advertisment

କଟକ(ଓଡ଼ିଶା ରିପୋର୍ଟର):“ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ। ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା ତର୍ଜମା କରି ଦିଆଯାଇଛି। ୨ଟି ପରୀକ୍ଷା ଓ ୪ ବର୍ଷର ପରଫରମାନ୍ସ ଦେଖି ନମ୍ବର ଦିଆଯାଇଛି। କେତେକ ସ୍କୁଲ ଅଧିକ ନମ୍ବର ଦେଇଥିଲେ, ତର୍ଜମା କରି ନମ୍ବର ଦେଇଛୁ। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍ଲାଇନ୍‌ରେ ପରୀକ୍ଷା ଦେଇପାରିବେ।ଯାହା ହୋଇଛି ନିୟମ ଅନୁସାରେ ହୋଇଛି।” ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ବୋର୍ଡ ସଭାପତି ରାମାଶିଷ ହାଜରା।

Advertisment

ଗତ ୨୫ ତାରିଖରେ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ୍‌ ପରୀକ୍ଷାଫଳ। ଏଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଛନ୍ତି, ଯାହା ଏକ ରେକର୍ଡ। ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫, ୬୨, ୦୧୦ ଜଣ ପାସ୍ କରିଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ  ୪୪୧୨ ପିଲା ଅନୁପସ୍ଥିତ ରହିଥିଲେ। ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି।

ତେବେ ବୋର୍ଡ ପକ୍ଷରୁ ଦିଆଯାଇଥିବା ମାର୍କକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଭିନ୍ନ ସ୍କୁଲରୁ ଅସନ୍ତୋଷର ସ୍ୱର ଉଠୁଛି। ଆଜି କଟକ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ମାଟ୍ରିକ୍ ଛାତ୍ରଛାତ୍ରୀ ସ୍କୁଲ୍‌ରେ ହୋହଲ୍ଲା କରିବା ସହିତ ଶିକ୍ଷକଙ୍କୁ ଘେରାଓ କରିଥିଲେ। ସ୍କୁଲ୍‌ର ଶତାଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ରହିଥିବା ଦର୍ଶାଇଛନ୍ତି। ସେମାନଙ୍କୁ ଯେଉଁ ମାର୍କ ମିଳିଛି, ସେହି ଅନୁସାରେ ସେମାନଙ୍କୁ ଭଲ କଲେଜରେ ଯୁକ୍ତ ଦୁଇ ପଢ଼ିବା ପାଇଁ ସୁଯୋଗ ମିଳିବ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ମିଳିଥିବା ମାର୍କ ସେମାନଙ୍କ କ୍ୟାରିୟରେ ଅସୁବିଧା ସୃଷ୍ଟି କରିବ। ଏଥିପାଇଁ ସେମାନେ ପୁନଃମୂଲ୍ୟାୟନ ଦାବି କରିଛନ୍ତି।

Advertisment

୫, ୬୨, ୦୧୦ ଜଣ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨,୮୦,୩୫୨ ଜଣ ଛାତ୍ର ଥିବା ବେଳେ ୨,୮୧,୬୫୮ ଜଣ ଛାତ୍ରୀ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe