“ମନ୍ଦିରର ସେବାୟତଙ୍କୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇପାରିବ ନାହିଁ ‘

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗକୁ ନେଇ ଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ନୋଟିସ୍ । ରାଜ୍ୟ ସରକାର ଓ ମାମଲାରେ ସଂପୃକ୍ତ ସମସ୍ତ ପକ୍ଷକୁ ନୋଟିସ୍ କରିଛନ୍ତି ଅଦାଲତ । କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି ଗତ ମାସ ୧୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଏବେ ଯାଏ ରାଜ୍ୟ ସରକାର କାହିଁକି ନିଷ୍ପତ୍ତି ନେଇନାହାନ୍ତି ସେ ନେଇ ନୋଟିସରେ ଜବାବ […]

temple-1

Tapas Behera
  • Published: Monday, 14 September 2020
  • , Updated: 14 September 2020, 05:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗକୁ ନେଇ ଜବାବ ଦାଖଲ କରିବାକୁ ହାଇକୋର୍ଟଙ୍କ ନୋଟିସ୍ । ରାଜ୍ୟ ସରକାର ଓ ମାମଲାରେ ସଂପୃକ୍ତ ସମସ୍ତ ପକ୍ଷକୁ ନୋଟିସ୍ କରିଛନ୍ତି ଅଦାଲତ । କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି ଗତ ମାସ ୧୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ହେଲେ ଏବେ ଯାଏ ରାଜ୍ୟ ସରକାର କାହିଁକି ନିଷ୍ପତ୍ତି ନେଇନାହାନ୍ତି ସେ ନେଇ ନୋଟିସରେ ଜବାବ ତଲବ ହୋଇଛି । ସେପଟେ ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଥିବା ବିଭିନ୍ନ ମନ୍ଦିରର ସେବାୟତଙ୍କୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର ହାଇକୋର୍ଟକୁ ଅବଗତ କରିଛନ୍ତି । ଏପରି ହେଲେ ସମ୍ବିଧାନର ଧାରା ୨୭ର ଉଲଂଘନ ହେବ ବୋଲି ସରକାର କହିଛନ୍ତି । ସେବାୟତଙ୍କୁ ସହାୟତା ନେଇ କେନ୍ଦ୍ରପ଼ଡା ବଳଦେବଜୀଉ ମନ୍ଦିର ଓ କାକଟପୁର ମା ମଙ୍ଗଳା ମନ୍ଦିର ସେବାୟତଙ୍କ ପକ୍ଷରୁ ୨ଟି ମାମଲା ଦାଖଲ ହୋଇଥିଲା ।

Related story