ପକ୍କାଘର ନିର୍ମାଣ ଟଙ୍କା ଭୂତ ଖାଇଗଲା, ଆସିଛି ଘର ମରାମତି ସହାୟତା

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ପକ୍କା ଘର ତିଆରି ହୋଇନି। ବାଟରେ ଭୂତ ଖାଇଛନ୍ତି ଟଙ୍କା। କିନ୍ତୁ ମରାମତି ପାଇଁ ଆସିଗଲା ଟଙ୍କା। ଆଉ ଏବେ, ହାତରେ କେବଳ ସରକାରୀ ଓ୍ୱାର୍କ ଅର୍ଡର ଧରି ନ୍ୟାୟ ଅପେକ୍ଷାରେ ହିତାଧିକାରୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ଗାଁରୁ ଆସିଛି ଏଭଳି ଅଭିଯୋଗ। ଗାଁର ବଟକୃଷ୍ଣ ଦେହୁରୀ ୨୦୦୭ରେ ପକ୍କାଘର ନିର୍ମାଣ ପାଇଁ ସରକାରୀ ଓ୍ୱାର୍କ ଅର୍ଡର ପାଇଥିଲେ। ତେବେ ଅର୍ଥରାଶି ପାଇନଥିବାରୁ ସେ ଘର ତିଆରି କରିପାରିନଥିଲେ। ମାତ୍ର କୋଭିଡ […]

home

  • Published: Sunday, 18 December 2022
  • , Updated: 18 December 2022, 06:07 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ପକ୍କା ଘର ତିଆରି ହୋଇନି। ବାଟରେ ଭୂତ ଖାଇଛନ୍ତି ଟଙ୍କା। କିନ୍ତୁ ମରାମତି ପାଇଁ ଆସିଗଲା ଟଙ୍କା। ଆଉ ଏବେ, ହାତରେ କେବଳ ସରକାରୀ ଓ୍ୱାର୍କ ଅର୍ଡର ଧରି ନ୍ୟାୟ ଅପେକ୍ଷାରେ ହିତାଧିକାରୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ଗାଁରୁ ଆସିଛି ଏଭଳି ଅଭିଯୋଗ। ଗାଁର ବଟକୃଷ୍ଣ ଦେହୁରୀ ୨୦୦୭ରେ ପକ୍କାଘର ନିର୍ମାଣ ପାଇଁ ସରକାରୀ ଓ୍ୱାର୍କ ଅର୍ଡର ପାଇଥିଲେ। ତେବେ ଅର୍ଥରାଶି ପାଇନଥିବାରୁ ସେ ଘର ତିଆରି କରିପାରିନଥିଲେ।

ମାତ୍ର କୋଭିଡ ସମୟରେ ତାଙ୍କ ଆକାଉଣ୍ଟକୁ ଘର ତିଆରି ଅର୍ଥ ବଦଳରେ ଘର ମରାମତି ପାଇଁ ସରକାରୀ ସହାୟତାରେ ୩ ହଜାର ଟଙ୍କା ଆସିବା ପରେ ତାଙ୍କ ଅକଲ ଗୁଡୁମ ହୋଇଯାଇଥିଲା। ଆରଟିଆଇରେ ତଥ୍ୟ ମଗେଇବା ପରେ ସେ ଜାଣିବାକୁ ପାଇଲେ ଯେ, ତାଙ୍କ ଘର କୁଆଡେ ୨୦୧୮ରେ ସଂପୂର୍ଣ୍ଣ ହୋଇଯାଇଛି। ଯାହାର କି କୌଣସି ସୂଚନା ତାଙ୍କ ପାଖରେ ନାହିଁ।

ବ୍ୟାଙ୍କ ଟ୍ରାଞ୍ଜାକସନ ବିଷୟରେ ମଧ୍ୟ କିଛି ତଥ୍ୟ ପାଇନଥିଲେ ସେ। ଏବେ ନ୍ୟାୟ ପାଇବାକୁ ଅପେକ୍ଷା କରିଛନ୍ତି ବଟକୃଷ୍ଣ। ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ସରୋଜ ସେଠୀ କହିଛନ୍ତି।

Related story