ମହାପ୍ରଭୁଙ୍କ ରତ୍ନସିଂହାସନ କେମିତି ଅଛି? ଲେଜର ସ୍କାନିଂ ପାଇଁ ପ୍ରସ୍ତାବ

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି ହେବ। ଏଥିସହ ରତ୍ନସିଂହାସନର ହେବ ଡକୁମେଣ୍ଟେସନ୍‌। ବିଶେଷ କରି ଲେଜର ସ୍କାନିଂ ସାହାଯ୍ୟରେ ଏହାକୁ ରେକର୍ଡ କରି ରଖାଯିବ। ରତ୍ନସିଂହାସନର ଅବସ୍ଥା କିଭଳି ଅଛି, ତାହା ଏହି ଲେଜର ସ୍କାନିଂ ଦ୍ୱାରା ଜଣାପଡ଼ବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। ସେହିପରି ଗର୍ଭଗୃହ ଓ ଜଗମୋହନର ମରାମତି କାର୍ଯ୍ୟ ମଧ୍ୟ ରଥଯାତ୍ରା ସମୟରେ କରାଯିବ। ଶ୍ରୀମନ୍ଦିର ପରିସରକୁ ଉଜ୍ୱଳ ଆଲୋକ ଦ୍ୱାରା ଆଚ୍ଛାଦିତ କରାଯିବ। ପ୍ରାୟ ଦେଢ କୋଟି […]

puri

Manoranjan Sial
  • Published: Saturday, 03 July 2021
  • , Updated: 03 July 2021, 05:52 PM IST

ପୁରୀ(ଓଡ଼ିଶା ରିପୋର୍ଟର): ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି ହେବ। ଏଥିସହ ରତ୍ନସିଂହାସନର ହେବ ଡକୁମେଣ୍ଟେସନ୍‌। ବିଶେଷ କରି ଲେଜର ସ୍କାନିଂ ସାହାଯ୍ୟରେ ଏହାକୁ ରେକର୍ଡ କରି ରଖାଯିବ। ରତ୍ନସିଂହାସନର ଅବସ୍ଥା କିଭଳି ଅଛି, ତାହା ଏହି ଲେଜର ସ୍କାନିଂ ଦ୍ୱାରା ଜଣାପଡ଼ବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି।

ସେହିପରି ଗର୍ଭଗୃହ ଓ ଜଗମୋହନର ମରାମତି କାର୍ଯ୍ୟ ମଧ୍ୟ ରଥଯାତ୍ରା ସମୟରେ କରାଯିବ। ଶ୍ରୀମନ୍ଦିର ପରିସରକୁ ଉଜ୍ୱଳ ଆଲୋକ ଦ୍ୱାରା ଆଚ୍ଛାଦିତ କରାଯିବ। ପ୍ରାୟ ଦେଢ କୋଟି ଟଙ୍କା ବିନିମୟରେ ଆସନ୍ତା ତିନି ମାସ ମଧ୍ୟରେ ଏହି ଆଲୋକୀକରଣ କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି।

ଆଲୋକୀକରଣ ବ୍ୟବସ୍ଥା ପାଇଁ ଆଜି ଏକ ଘରୋଇ ସଂସ୍ଥା ଶ୍ରୀମନ୍ଦିର ଆସି ପ୍ରାରମ୍ଭିକ ଯାଞ୍ଚ କରିଛନ୍ତି। ଆଜି ବସିଥିବା ଥିବା ଛତିଶା ନିଯୋଗ ବୈଠକରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ।

ସେପଟେ ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଘର ଥିବା ବ୍ୟକ୍ତିବିଶେଷ ନିଜ ଛାତ ଉପରେ ଦେଖିପାରିବେ ନାହିଁ ମହାପ୍ରଭୁଙ୍କ ରଥଯାତ୍ରା। ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଲା ଜିଲ୍ଲା ପ୍ରଶାସନ। ରଥଯାତ୍ରା ସମୟରେ ଘରେ ରହିବେ ଶ୍ରଦ୍ଧାଳୁ। ଏନେଇ ସୂଚନା ଦେଲେ ଜିଲ୍ଲାପାଳ ସମର୍ଥ ବର୍ମା।

Related story