ହାତ ମିଳାଅନି, ଆଲିଙ୍ଗନ କରନି: ସଚିବ

No hands, no hugs: Secretary

carona

Manoranjan Sial
  • Published: Wednesday, 04 March 2020
  • , Updated: 04 March 2020, 05:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଇନା ଓ ଇରାନ୍‌ ପରେ ଏବେ ଭାରତରେ ପଶିଛି କରୋନା। ଏହି ଭାଇରସ୍‌ରେ ବର୍ତ୍ତମାନ ସୁଦ୍ଧା ଭାରତରେ ୨୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଓଡ଼ିଶାରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇନଥିବା ବେଳେ ୧୧୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ତଥାପି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ହାତ ନମିଳାଇବାକୁ ଓ ଆଲିଙ୍ଗନ ନକରିବାକୁ ସଚିବ ପରାମର୍ଶ ଦେଇଛନ୍ତି।

‘କରୋନା’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ବସିଥିଲା ସମୀକ୍ଷା ବୈଠକ। ପରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି,“ରାଜ୍ୟରେ କରୋନା ରକ୍ତ ପରୀକ୍ଷା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ହେବ। କଟକ SCB ଓ RMRCରେ ରକ୍ତ ପରୀକ୍ଷା ବ୍ୟବସ୍ଥା ପାଇଁ ଚିଠି ହେବ। କୌଣସି ଜାଗାରେ ଏକାଠି ହୁଅନ୍ତୁନି। ଏପରିକି କୌଣସି ବଡ଼ ସଭାସମିତି ଆୟୋଜନ କରାନଯାଉ। କରମର୍ଦ୍ଦନ ଓ ଆଲିଙ୍ଗନ ନକରିବା ପାଇଁ ଲୋକଙ୍କ ଭିତରେ ସଚେତନ କରାଯାଉଛି।”

ରାଜ୍ୟରେ ୧୧୫ ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି। ଏଥିସହ ପାରାଦୀପରୁ ଆସିଥିବା ଦମ୍ପତିଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ସେପଟେ ରାଜ୍ୟରେ କୌଣସି ସ୍ଥାନରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଏବେ ରାଜ୍ୟରେ ସ୍କୁଲ ବନ୍ଦ ହେବାର ସମ୍ଭାବନା ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

Related story