ମହାନଦୀରେ ଫସିଥିବା ହାତୀର ପତ୍ତା ମିଳୁନି

ଆଠଗଡ଼(ନିଳକଣ୍ଠ ଦୋରା): ଗତକାଲି ଦିନ ତମାମ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ହାତୀଟିର ପତ୍ତା ମିଳୁନି। ହାତୀଟି ତଳକୁ ଖସି ଯାଇଥିବା ଆଠଗଡ଼ ରେଞ୍ଜର କହିଥିବା ବେଳେ ତା’ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ। ଗତକାଲି ଭୋରୁ ଏକ ହାତୀପଲ ମହାନଦୀ ପାର ହେଉଥିଲେ । ସବୁ ହାତୀ ନଦୀ ପାର୍‌ କରିଦେଇଥିବା ବେଳେ ମୁଣ୍ଡଳୀଠାରେ ଗୋଟିଏ ହାତୀ ପାଣି ମଝିରେ ରହି ଯାଇଥିଲା। ହାତୀଟିକୁ କୂଳକୁ ଆଣିବାକୁ ବନ ବିଭାଗର ଉପରିସ୍ଥ ଅଧିକାରୀ ଦିନ […]

attempt

Niharika Rout
  • Published: Saturday, 25 September 2021
  • , Updated: 25 September 2021, 09:43 AM IST

ଆଠଗଡ଼(ନିଳକଣ୍ଠ ଦୋରା): ଗତକାଲି ଦିନ ତମାମ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ହାତୀଟିର ପତ୍ତା ମିଳୁନି। ହାତୀଟି ତଳକୁ ଖସି ଯାଇଥିବା ଆଠଗଡ଼ ରେଞ୍ଜର କହିଥିବା ବେଳେ ତା’ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ।

ଗତକାଲି ଭୋରୁ ଏକ ହାତୀପଲ ମହାନଦୀ ପାର ହେଉଥିଲେ । ସବୁ ହାତୀ ନଦୀ ପାର୍‌ କରିଦେଇଥିବା ବେଳେ ମୁଣ୍ଡଳୀଠାରେ ଗୋଟିଏ ହାତୀ ପାଣି ମଝିରେ ରହି ଯାଇଥିଲା। ହାତୀଟିକୁ କୂଳକୁ ଆଣିବାକୁ ବନ ବିଭାଗର ଉପରିସ୍ଥ ଅଧିକାରୀ ଦିନ ତମାମ ଉଦ୍ୟମ କରିଥିଲେ। ଏପରିକି ଏଥିରେ ଓଡ୍ରାଫ ଟିମ୍‌ ମଧ୍ୟ ନିୟୋଜିତ ହୋଇଥିଲେ। ତେବେ ଦୀର୍ଘ ପ୍ରାୟ ୭ ଘଣ୍ଟା ପରେ କୂଳ ମୁହାଁ ହୋଇଥିବା ହାତୀଟି ଲୋକ ଗହଳିକୁ ଦେଖି ପୁଣି ଥରେ  ନଦୀମୁହାଁ ହୋଇଥିଲା।

ହାତୀଟି ପାଣି ମଝିରେ ଦୀର୍ଘ ସମୟ ରହିଥିବା ବେଳେ ତା’ର ସ୍ୱାସ୍ଥ୍ୟାବସ୍ଥା ଧିରେ ଧିରେ ବିଗିଡ଼ାବାକୁ ଲାଗିଲା। ଏହାପରେ  ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ । ହାତୀଟିକୁ ନିଆଁ ହୁଳା ଦେଖାଇ କୂଳକୁ ଆଣିବାକୁ ବନବିଭାଗ ଚେଷ୍ଟା କରୁଥିବା ବେଳେ ହାତୀଟି ତଳକୁ ଖସିଯାଇଥିବା ସୂଚନା ଦେଲେ ଆଠଗଡ଼ ରେଞ୍ଜର ଆଇସା ଅଖତରି ନିଶା । ତେବେ ଏବେ ହାତୀ କେଉଁଠି ଓ ତା’ର ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ।

ଏପରିକି ହାତୀକୁ କୂଳକୁ ଘଉଡ଼ାଇବାକୁ ଯାଇଥିବା ଏକ ଓଡ୍ରାଫ ବୋଟ ଓଲଟି ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ଜଣେ ଓଡ୍ରାଫ ଟିମ୍‌ ସଦସ୍ୟଙ୍କ ପତ୍ତା ମିଳୁନି । ଏହି ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିବା ୫ ଜଣ ଏବେ ଏସସିବିରେ ଚିକିତ୍ସାଧୀନ ଅଛନ୍ତି।

ଅପରପକ୍ଷେ, ମୁଣ୍ଡଳି ବ୍ୟାରେଜରେ ଭାସି ଯାଇ ନରାଜ ପହଞ୍ଚିଥିବା ହାତୀପଲ ଆତଙ୍କରାଜ ଖେଳାଇଛନ୍ତି। ହାତୀପଲ ଗତକାଲି ଏକ ମନ୍ଦିର ଭାଙ୍ଗି ଦେଇଥିବା ବେଳେ ଆଜି ହାତୀ ଆକ୍ରମଣରେ ନରାଜ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।  ବନ କର୍ମଚାରୀ ଘଉଡ଼ାଇବାକୁ ଉଦ୍ୟମ ସତ୍ତ୍ୱେ ଜଣଙ୍କୁ ହାତୀ ଦଳି ମାରି ଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Related story