ବିନା ଏଣ୍ଟ୍ରାନ୍ସରେ ହେବ ଇଞ୍ଜିନିୟରିଂ ଆଡମିଶନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଞ୍ଜିନିୟରିଂ ଆଡମିଶନ୍ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦେବାକୁ ପଡ଼ିବନି JEE। ଅର୍ଥାତ୍ ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସ ବା ଜେଇଇରେ ଇଞ୍ଜିନିୟରିଂ ଆଡମିଶନ୍ କରିହେବ। ଏ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନାକୁ ଆଖି ଆଗରେ ରଖି ଅଲ୍ ଇଣ୍ଡିଆ କାଉନସିଲ୍ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍ (AICTE) ଚଳିତ ବର୍ଷ ଏଣ୍ଟ୍ରି ଲେଭଲ କ୍ୱାଲିଫିକେସନ୍ ସ୍ଥିର କରିଛି। ଏହି ମାନଦଣ୍ଡ ଅନୁଯାୟୀ ଯୁକ୍ତ ଦୁଇରେ ମାଥମେଟିକ୍ସ, ଫିଜିକ୍ସ ଓ କେମିଷ୍ଟ୍ରି ବିଷୟ […]

jee

Ranjit Kumar Jena
  • Published: Wednesday, 27 January 2021
  • , Updated: 27 January 2021, 09:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଞ୍ଜିନିୟରିଂ ଆଡମିଶନ୍ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦେବାକୁ ପଡ଼ିବନି JEE। ଅର୍ଥାତ୍ ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସ ବା ଜେଇଇରେ ଇଞ୍ଜିନିୟରିଂ ଆଡମିଶନ୍ କରିହେବ। ଏ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନାକୁ ଆଖି ଆଗରେ ରଖି ଅଲ୍ ଇଣ୍ଡିଆ କାଉନସିଲ୍ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍ (AICTE) ଚଳିତ ବର୍ଷ ଏଣ୍ଟ୍ରି ଲେଭଲ କ୍ୱାଲିଫିକେସନ୍ ସ୍ଥିର କରିଛି। ଏହି ମାନଦଣ୍ଡ ଅନୁଯାୟୀ ଯୁକ୍ତ ଦୁଇରେ ମାଥମେଟିକ୍ସ, ଫିଜିକ୍ସ ଓ କେମିଷ୍ଟ୍ରି ବିଷୟ ଥିବା ବାଧ୍ୟତାମୂଳକ ହେବ।

ଏହି ତିନି ବିଷୟରେ ୪୫ ପ୍ରତିଶତ ମାର୍କ ରଖିଥିଲେ ଛାତ୍ରଛାତ୍ରୀ ବିନା ଜେଇଇରେ ବି ଯେକୌଣସି ଇଞ୍ଜିନିୟରିଂ କଲେଜରେ ଆଡମିଶନ ନେଇପାରିବେ। ଆଉ ଏହାକୁ ଆଧାର କରି ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ, ଓପେକା ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲା। ଏହି ପିଟିସନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ପକ୍ଷଭୁକ୍ତ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ଓପେକା ସପକ୍ଷରେ ରାୟ ଦେଇଛନ୍ତି। ଅର୍ଥାତ ଯେଉଁମାନେ JEE ବା OJEE ଦେଇନଥିବେ ସେମାନେ ବି ଇଞ୍ଜିନିୟରିଂ ପଢିପାରିବେ। ଏହାଦ୍ୱାରା ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇ ପାରିବେ ବୋଲି ଆଶା ରଖି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ଚିଠି ଲେଖିଛି ଓପେକା।

ଏହି ନିଷ୍ପତ୍ତିରେ ଛାତ୍ରଛାତ୍ରୀମାନେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସୁଯୋଗରୁ ବଞ୍ଚିତଙ୍କ ଲାଗି ଏହା ଆଉ ଏକ ସୁଯୋଗ ବୋଲି କିଛି କହିଥିବା ବେଳେ ବିନା ଜେଇଇ ବା ଓଜେଇଇରେ ଆଡମିଶନ୍ ଦ୍ୱାରା ମାନ ହ୍ରାସ ପାଇବ ବୋଲି ଆଉ କିଛି ଛାତ୍ର ମତ ଦେଇଛନ୍ତି। ସେପଟେ ବୈଷୟିକ ଶିକ୍ଷା ବିଶେଷଜ୍ଞଙ୍କ ମତରେ ଆଡମିଶନ୍ ପାଇଁ ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ପ୍ରସ୍ତୁତ ହେବା କଥା। ତେବେ ପ୍ରତିବର୍ଷ ଇଞ୍ଜିନିୟରିଂ ଆଡମିଶନରେ ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ହିତରେ ଯାଉନି।

ରାଜ୍ୟରେ ୮୦ଟି ଘରୋଇ ଓ ୮ଟି ସରକାରୀ ଇଞ୍ଜିନିୟରିଂ କଲେଜ୍ ଅଛି। ଏସବୁରେ ପ୍ରାୟ ୩୦ହଜାର ସିଟ୍ ରହିଛି। ତେବେ ଚଳିତ ବର୍ଷ ଆଡମିଶନ୍ ମାତ୍ର ୧୨ ହଜାର ସିଟରେ ହୋଇଛି। ଅର୍ଥାତ୍ ଖାଲି ପଡ଼ିଛି ୧୮ ହଜାର ସିଟ୍। ସରକାରୀ କଲେଜରେ ସିଟ୍ ପୂରଣ ହୋଇସାରିଥିବା ବେଳେ ଘରୋଇ କଲେଜରେ ସିଟ୍ ଯଥେଷ୍ଟ ଖାଲି ରହିଛି। ଏହି ନିଷ୍ପତ୍ତି ଦ୍ୱାରା ଆଡମିଶନରେ ସାମାନ୍ୟ ବୃଦ୍ଧି ଘଟିପାରେ, କିନ୍ତୁ ଏହା ସ୍ଥାୟୀ ସମାଧାନ ନୁହେଁ ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି।

Related story