ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି

ପୁରୀ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ପୁରୀ ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି । ପୂର୍ବ ଭଳି ଲୋକେ ପୟା ଶ୍ରାଦ୍ଧ ପାଳନ କରିପାରିବେ, ହେଲେ କାଉଁରିଆ କାଠି ଜାଳିପାରିବେନି ।  ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏଭଳି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଏପରି କଟକଣା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ । ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁ କେବଳ ପୟାଶ୍ରାଦ୍ଧ କର୍ମ […]

puri

puri

Niharika Rout
  • Published: Friday, 13 November 2020
  • Updated: 13 November 2020, 10:19 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ପୁରୀ ସିଂହଦ୍ୱାର ଆଗରେ ଜଳିବନି କାଉଁରିଆ କାଠି । ପୂର୍ବ ଭଳି ଲୋକେ ପୟା ଶ୍ରାଦ୍ଧ ପାଳନ କରିପାରିବେ, ହେଲେ କାଉଁରିଆ କାଠି ଜାଳିପାରିବେନି ।  ଧୂଆଁ ଯୋଗୁଁ ପ୍ରଦୂଷଣ ଓ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଏଭଳି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଏପରି କଟକଣା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ।

ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁ କେବଳ ପୟାଶ୍ରାଦ୍ଧ କର୍ମ କରି ଫେରିଯିବାକୁ ପ୍ରଶାସନ ଅନୁରୋଧ କରିଛି।  ପ୍ରତିବର୍ଷ ଦୀପାବଳି ସନ୍ଧ୍ୟାରେ ଶ୍ରୀମନ୍ଦିର ଚାରିପଟେ ଶହ ଶହ ଶ୍ରଦ୍ଧାଳୁ ପୟାଶ୍ରାଦ୍ଧ କରି କାଉଁରିଆ କାଠି ଜାଳିଥାନ୍ତି ।

କିନ୍ତୁ ଏବର୍ଷ କରୋନା ସଂକ୍ରମଣ ବଢିବା ଆଶଙ୍କାରେ ପ୍ରଦୂଷଣ ରୋକିବାକୁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos